ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗଣଦୁଷ୍କର୍ମ। ଷ୍ଟେସନରେ ଛାଡିବା ଆଳ ଦେଖାଇ ମହିଳାଙ୍କ ସହ ଗଣଦୁଷ୍କର୍ମ । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏପରି ବିଭତ୍ସ କାଣ୍ଡ । ଷ୍ଟେସନ ପର୍ଯ୍ୟନ୍ତ ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁଇଜଣ ଦୁର୍ବୁର୍ତ୍ତ । ଅଭିଯୁକ୍ତ ୨ଜଣ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କୁ କାବୁ କରିବା ସହ ୨ ଜଣଙ୍କୁ କୋର୍ଟଚାଲାଣ କରିଛି ତମାଣ୍ଡୋ ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁସାରେ ଜଣେ ବଙ୍ଗୀୟ ମହିଳାଙ୍କୁ ଏକୁଟିଆ ରାସ୍ତାରେ ଦେଖି ଲିଫ୍ଟ ଦେଇଥିଲେ ଦୁଇ ଡ୍ରାଇଭର । ସ୍ବାମୀ ସହ ଝଗଡ଼ା ପରେ ରାସ୍ତାରେ ଏକୁଟିଆ କାନ୍ଦୁଥିଲେ ଯୁବତୀ । ଏକାକିର ସୁଯୋଗ ଦେଖି ସାହାଯ୍ୟ କରିବା ଆଳରେ ଲିଫ୍ଟ ଦେଇ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହାକୁ ଆଧାର କରି ନୟାଗଡ଼ର ବିଚିତ୍ର ସାହୁ ,ନାରାୟଣ ସ୍ବାଇଁ କୁ ଗିରଫ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର