ମନୋରଞ୍ଜନ
ପୋଲିସ ପ୍ରତିଷ୍ଠା ଦିବସରେ ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ସମ୍ମାନିତ କଲେ ପୋଲିସ DG
ଭୁବନେଶ୍ୱର: ଉତ୍କଳ ଦିବସ ତଥା ପୋଲିସ ପ୍ରତିଷ୍ଠା ଦିବସରେ ବିଭିନ୍ନ ବର୍ଗରେ ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ପୋଲିସ ଡିଜି ସମ୍ମାନିତ କରିଛନ୍ତି । ଏକ ସ୍ଵତନ୍ତ୍ର ଉତ୍ସବରେ ଭୁବନେଶ୍ୱର ପୋଲିସ ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୭୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପଦକ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଡିଜିପି ଏହି ପଦକ ପ୍ରଦାନ କରିଛନ୍ତି ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଏସ୍. ସାଇନି, ଆଇଜିପି (ଅପରେସନ) ଡଃ ଦୀପକ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡ଼ଙ୍ଗୀ, ଡିଆଇଜିପି (ସ୍ଵତନ୍ତ୍ର ଗୁଇନ୍ଦା ଶାଖା) ଅଖିଲେଶ୍ଵର ସିଂ, ଡିସିପି (ଭୁବନେଶ୍ଵର) ଜଗମୋହନ ମୀନା, ଡିସିପି (କଟକ) ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସ୍ପି (ସ୍ପେଶାଲ ବ୍ରାଞ୍ଚ) ସୁନିଲ କୁମାର ନନ୍ଦ, ଏସ୍ପି (ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ) ଅଶୋକ କୁମାର ଦେହୁରୀଙ୍କ ସମେତ ଏସଓଜିର ୨୯ ଜଣ, ସ୍ପେଶାଲ ବ୍ରାଞ୍ଚର ୭ ଜଣ, ଏସଆଇଡବ୍ଲୁର ୧୦ ଜଣଙ୍କ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ ।