ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

Madhusudan Das Picture
Published On

ଭୁବନେଶ୍ୱର: ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବ ବୋଲି ବିଜେଡି ଘୋଷଣା କରିଥିଲେ ବି ତାହାକୁ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି କରିଥିଲେ କେନ୍ଦ୍ର ସରକାର। ଓଡ଼ିଶା ସରକାରଙ୍କୁ କେନ୍ଦ୍ରର ବିଜେପି ସରକାର ଧମକ ଦେଇଥିଲେ। ରାଜ୍ୟ ସରକାର ବୋନସ ଦେଲେ ଏଫ୍‌ସିଆଇ ଓଡ଼ିଶାରୁ ଚାଉଳ ଉଠାଯିବ ନାହିଁ ବୋଲି ନାଲି ଆଖି ଦେଖାଇଥିଲେ।  ସେତେବେଳେ ଓଡିଶା ପ୍ରତି କେନ୍ଦ୍ରର ବିଜେପି ସରକାର ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା, ଏବେ କେରଳ ପରି ରାଜ୍ୟ ପ୍ରତି ସେହିପରି ଆଭିମୁଖ୍ୟ ଦେଖାଉଛି। ଧାନରେ ସବସିଡ଼ି ଦେଲେ ଏଫ୍‌ସିଆଇ ଚାଉଳ ଉଠାଇବ ନାହିଁ ବୋଲି ଚେତାବନୀ ଦେଇଛି। ଓଡ଼ିଶାରେ ଡ଼ବଲ ଇଞ୍ଜିନ୍‌ ସରକାର ବୋଧହୁଏ ଏ କଥା ହେଜି ନାହାନ୍ତି, ଆଜି ନ ହେଲେ ବି ଆସନ୍ତା କାଲି ଏପରି ନୋଟିସ ଓଡ଼ିଶାକୁ ଆସିବ । ଓଡ଼ିଶାରେ ବି ଚାଷୀଙ୍କୁ ୮୦୦ ଟଙ୍କା ରିଆତି ମିଳିବ ନାହିଁ।  ଆଠଶହ ଟଙ୍କିଆ ସବସିଡ଼ି କଥା କହି ବିଜେପି ନେତା ଓ ସରକାର ଯେଉଁ ବାହା ପିଟୁଛନ୍ତି, ସେତେବେଳେ ଏହାକୁ ନେଇ ମୁଣ୍ଡ ପିଟିବେ ବୋଲି ବିଧାନସଭାରେ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଚଳିତ ବର୍ଷ ଧାନ ପଞ୍ଜିକରଣରେ ଜଟିଳ ପ୍ରଣାଳୀ ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ପଞ୍ଜିକରଣରୁ ବଞ୍ଚିିତ ହେଲେ। ଜଟିଳ ପ୍ରକ୍ରିୟା ସତ୍ତ୍ୱେ ଯେଉଁ ଚାଷୀ ପଞ୍ଜିକରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଢ଼ ଲକ୍ଷ ଚାଷୀଙ୍କୁ କାଟି ଦିଆଗଲା। ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେ। ପରେ ଚାଷୀମାନଙ୍କର ୧୦୦କୁଇଣ୍ଟାଲ ଧାନ ଥିଲେ ବି ସରକାର ୫୦କୁଇଣ୍ଟାଲ ଧାନ ପାଇଁ ଟୋକନ ଦେଉଛନ୍ତି। ସରକାରୀ ବ୍ୟବସ୍ଥାରେ ଚାଷୀ ଆଜି ଯନ୍ତ୍ରଣାରେ ଅଛନ୍ତି। ଡାଳୁଅ ଚାଷ ଆରମ୍ଭ ହେଲାଣି। ହେଲେ ୩ମାସ ହେବ ରାଜ୍ୟ ସରକାର ଚାଷୀଙ୍କ ଧାନ କିଣିପାରୁନାହାନ୍ତି। ଚାଷୀ ମନ ନିଆଁରେ ସରକାର ଜଳିବେ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ମଧ୍ୟ ସରକାରଙ୍କ ବଜେଟ୍‌କୁ ବିରୋଧ କରିବା ସହ ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ପଶ୍ଚିମ ଓଡ଼ିଶାରେ ଜାନୁଆରୀ ମାସ ଶେଷ ସୁଦ୍ଧା ଧାନ କିଣା ପ୍ରକ୍ରିୟା ଶେଷ ହୋଇଯାଏ। ହେଲେ ଚଳିତ ବର୍ଷ ଏବେ ବି ଧାନ କିଣା ଜାରି କରିଛି। ୨୦୦୨ ମସିହାରେ ମାତ୍ର ୬ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେଉଥିବା ବେଳେ ଏବେ ଏହା ୯୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଚାଷୀଙ୍କ ମୁହଁରେ ହସ ଫୁଟିଛି। ଏ ସବୁ ରାତାରାତି ହୋଇଯାଇ ନାହିଁ। ସରକାର ଏବେ ଯେଉଁ ୮୦୦ ଟଙ୍କା ଇନପୁଟ ସହାୟତା ଦେଉଛନ୍ତି, ଏଥିପାଇଁ ୫ ବର୍ଷରେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଅର୍ଥ କେଉଁଠୁ ଆସିବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି। ବିଜେଡି ବିଧାୟକ ଦିିବ୍ୟଶଙ୍କର ମିଶ୍ର ମଧ୍ୟ ଆଲୋଚନାରେ ଭାଗ ନେଇ ଓଡ଼ିଶା ୨୪ ବର୍ଷରେ ୧୨ ଗୁଣା ଅଧିକ ଧାନ ଉତ୍ପାଦନକ୍ଷମ ହୋଇଥିବା ବେଳେ ଏହି ସମୟରେ ୧୨ ଲକ୍ଷ ହେକ୍ଟରରୁ ୨୫ ଲକ୍ଷ ହକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

କଂଗ୍ରେସ ପକ୍ଷରୁ ବିଧାୟକ ଅଶୋକ ଦାସ ସରକାର ୮୦୦ ଟଙ୍କା ବଦଳରେ ୭୩୧ ଟଙ୍କା ଇନପୁଟ ସହାୟତା ଦେଇ ଚାଷୀଙ୍କୁ ଠକୁଛନ୍ତି ବୋଲି କହିଛନ୍ତି। ଏହାସହିତ ଚାଷୀଙ୍କୁ ସରକାର ଅଖା ଯୋଗାଇ ପାରୁ ନ ଥିବା ବେଳେ ୧୫ ଦିନ ଟୋକନ ଅବଧି ବୃଦ୍ଧି ସତ୍ତେ୍ୱ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି ବୋଲି କହିଛନ୍ତି। ତେଣୁ ବର୍ତ୍ତମାନ ସରକାରରେ ସବକା ସାଥ୍‌, ଦଳକା ବିକାଶ ଓ ଉପଭୋକ୍ତାଙ୍କ ସର୍ବନାଷ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି। କଂଗ୍ରେସ ଦଳର ମଙ୍ଗୁ ଖିଲ ମଧ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ପଦ୍ମଲୋଚନ ପଣ୍ଡା, ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଓ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ସରକାରଙ୍କ ବଜେଟ ସପକ୍ଷରେ ମତ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର