ବିଜେପି ଚଳାଇଛି ଏକଛତ୍ରବାଦ ଶାସନ: ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡି-କଂଗ୍ରେସ

The Sakala Picture
Published On

ଭୁବନେଶ୍ବର: ଆଜି ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ । ବିଧାନସଭା ବାହାରେ ପୁଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । […]

ଭୁବନେଶ୍ବର: ଆଜି ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ: 'ଜଗନ୍ନାଥ ଟେମ୍ପଲ ସ୍କ୍ୱାଡ୍' ପାଇଁ ବାହାରିଥିବା ନିଯୁକ୍ତି ପତ୍ର ଜାଲ୍

ବିଧାନସଭା ବାହାରେ ପୁଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ବିଜେଡି ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ନ୍ୟାୟ ମାଗୁଥିବା ବେଳେ ସରକାର କିନ୍ତୁ ସେମାନଙ୍କର ଦାବି ଶୁଣିବାକୁ ନାରାଜ । ଜାତିଭିତ୍ତିକ ଜନଗଣନା ଦାବିରେ ବିଜେଡି ଗର୍ଜନ କରିଥିଲା । ବିଧାନସଭାରେ ଯେଉଁଭଳି ଭାବେ ଗଣତନ୍ତ୍ରକୁ ହତ୍ୟା କରାଗଲା ତାହା ଓଡ଼ିଶା ରାଜନୀତିର ୭୦ ବର୍ଷର ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ବିଜେଡି କହିଥିଲା । ଭାଜପା ସରକାର ଆସିବା ପରେ ମନଇଛା, ଏକତରଫା ଭାବେ ଶାସନ କରୁଛି ବୋଲି ବିଜେଡି ଅଭିଯୋଗ କରିଥିଲା ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ଭାରି ବର୍ଷା ଆଶଙ୍କା: ମୟୂରଭଞ୍ଜକୁ 'ରେଡ୍ ୱାର୍ଣ୍ଣିଂ', ମଧ୍ୟାହ୍ନ ଭୋଜନ ପରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପୁଲିସ ଗୋଟିଏ ପଟେ କଂଗ୍ରେସ ବିଧାୟକଙ୍କୁ ଅଟକାଇଥିବା ବେଳେ ଅନ୍ୟପଟେ ବିଜେଡି ବିଧାୟକଙ୍କୁ ମଧ୍ୟ ଅଟକାଇଥିଲା । ବିଜେଡି ଓ କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକମାନେ ବିଧାନସଭା ଅଭିମୂଖେ ଯାତ୍ରା କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ଛାତ୍ର ଓ ମହିଳା କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଲୋକଙ୍କ ସ୍ବାର୍ଥ ପାଇଁ ଏହି ଆନ୍ଦେଳନ ଜୋରଦାର ହେବ ବୋଲି କଂଗ୍ରେସ କହିଥିଲା । ଏ ସରକାରରେ ଗୁଣ୍ଡାଗର୍ଦ୍ଦି ଚାଲିଛି । ବିନା ବିରୋଧୀରେ ଗୃହକାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଜନସାଧାରଣ ବିଜେପିକୁ ଜବାବ ଦେବେ ବୋଲି କଂଗ୍ରେସ କହିଥିଲା ।

ଆହୁରି ପଢ଼ନ୍ତୁ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼, ଚାରିଆଡ଼େ ‘ହର ହର ମହାଦେବ’ ଧ୍ୱନି

26 Mar 2025 By The Sakala

ବିଜେପି ଚଳାଇଛି ଏକଛତ୍ରବାଦ ଶାସନ: ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡି-କଂଗ୍ରେସ

ଭୁବନେଶ୍ବର: ଆଜି ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ ।

ବିଧାନସଭା ବାହାରେ ପୁଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ବିଜେଡି ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ନ୍ୟାୟ ମାଗୁଥିବା ବେଳେ ସରକାର କିନ୍ତୁ ସେମାନଙ୍କର ଦାବି ଶୁଣିବାକୁ ନାରାଜ । ଜାତିଭିତ୍ତିକ ଜନଗଣନା ଦାବିରେ ବିଜେଡି ଗର୍ଜନ କରିଥିଲା । ବିଧାନସଭାରେ ଯେଉଁଭଳି ଭାବେ ଗଣତନ୍ତ୍ରକୁ ହତ୍ୟା କରାଗଲା ତାହା ଓଡ଼ିଶା ରାଜନୀତିର ୭୦ ବର୍ଷର ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ବିଜେଡି କହିଥିଲା । ଭାଜପା ସରକାର ଆସିବା ପରେ ମନଇଛା, ଏକତରଫା ଭାବେ ଶାସନ କରୁଛି ବୋଲି ବିଜେଡି ଅଭିଯୋଗ କରିଥିଲା ।

ପୁଲିସ ଗୋଟିଏ ପଟେ କଂଗ୍ରେସ ବିଧାୟକଙ୍କୁ ଅଟକାଇଥିବା ବେଳେ ଅନ୍ୟପଟେ ବିଜେଡି ବିଧାୟକଙ୍କୁ ମଧ୍ୟ ଅଟକାଇଥିଲା । ବିଜେଡି ଓ କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକମାନେ ବିଧାନସଭା ଅଭିମୂଖେ ଯାତ୍ରା କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ଛାତ୍ର ଓ ମହିଳା କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଲୋକଙ୍କ ସ୍ବାର୍ଥ ପାଇଁ ଏହି ଆନ୍ଦେଳନ ଜୋରଦାର ହେବ ବୋଲି କଂଗ୍ରେସ କହିଥିଲା । ଏ ସରକାରରେ ଗୁଣ୍ଡାଗର୍ଦ୍ଦି ଚାଲିଛି । ବିନା ବିରୋଧୀରେ ଗୃହକାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଜନସାଧାରଣ ବିଜେପିକୁ ଜବାବ ଦେବେ ବୋଲି କଂଗ୍ରେସ କହିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର