ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ: ଆକ୍ରମଣରେ ୩ମୃତ, ୨ଗୁରୁତର

The Sakala Picture
Published On

ନୂଆପଡ଼ା: ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ । ରକ୍ତମୁଖା ଭାଲୁ ନେଲା ତିନି ଜଣଙ୍କ ଜୀବନ । ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଲଖନା ଥାନା ସମରସିଂ ଗ୍ରାମରେ ଭାଲୁ ଆକ୍ରମଣରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସମରସିଂ ଗାଁର ରତନ, ନକୁଳ ମାଝି ଓ ରବି ରଣା । ଗାଁର କୁନା ମାଝି ଓ ପରମେଶ୍ବର ମାଝି ଆହତ ହୋଇଛନ୍ତି । ଗୁରୁତର ଦୁଇ […]

ନୂଆପଡ଼ା: ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ । ରକ୍ତମୁଖା ଭାଲୁ ନେଲା ତିନି ଜଣଙ୍କ ଜୀବନ । ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଲଖନା ଥାନା ସମରସିଂ ଗ୍ରାମରେ ଭାଲୁ ଆକ୍ରମଣରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ସମରସିଂ ଗାଁର ରତନ, ନକୁଳ ମାଝି ଓ ରବି ରଣା । ଗାଁର କୁନା ମାଝି ଓ ପରମେଶ୍ବର ମାଝି ଆହତ ହୋଇଛନ୍ତି । ଗୁରୁତର ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ନୂଆପଡା ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତ ଦେହକୁ ଉଦ୍ଧାର କରିବାସହ ମୃତ ଭାଲୁର ଶବକୁ ମଧ୍ୟ ଉଦ୍ଧାର କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ତାଙ୍କୁ ଖୋଜିବା ପାଇଁ ପାଞ୍ଚଜଣ ଜଙ୍ଗଲ ଭିତରକୁ ଯାଇଥିଲେ । ଜଙ୍ଗଲ ଭିତରେ ବ୍ୟକ୍ତିଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ବେଳେ ନିକଟରେ ଭାଲୁ ବସିଥିବା ଦେଖିବାକୁ ମିଳିଥିଲା। ଭାଲୁକୁ ଦେଖି ଦୁଇଜଣ ଗାଁକୁ ଫେରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ତିନିଜଣ ଗଛ ଉପରକୁ ଚଢି ଯାଇଥିଲେ ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ତାଙ୍କୁ ଉଦ୍ଧାର କରିବା ପାଇଁ ସମରସିଂ ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ଲୋକ ନିଆଁ, ବାଡି, ଠେଙ୍ଗା ଧରି ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କ ମଧ୍ୟରୁ ୨ଜଣକୁ ଭାଲୁ ଆକ୍ରମଣ କରିଛି । ଅନ୍ୟମାନେ ଭୟରେ ଦୌଡି ପଳେଇ ଥିବା ବେଳେ ଭାଇକୁ ବଞ୍ଚେଇବା ପାଇଁ ଭାଲୁ ସହ ୧୦ ମିନିଟ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ଗୁରୁତର ବ୍ୟକ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର