ଶୁଷ୍କ ହେଉଛି ରାଜଧାନୀ: ପାଣି ଟାଣୁଛି ଅଟ୍ଟାଳିକା, ୧୫ ବର୍ଷରେ ସ୍ଥିତି ସଂକଟାପନ୍ନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ଏଥିପାଇଁ ଲୋକଙ୍କ ଭିତରେ ଜନ ସଚେତନତା ଆଦୌ ନାହିଁ। ସରକାର ବି ସବୁ ଜାଣି ଚୁପ୍‌‌ ବସି ଯାଇଛନ୍ତି। ଜଳ ବ୍ୟବହାର ନେଇ କଟକଣା ନାହିଁ କି ରୋକିବା ଦିଗରେ ପଦକ୍ଷେପ ନେଉନାହାନ୍ତି। ଏହା ଆଗାମୀ ୧୦ରୁ ୧୫ବର୍ଷ ଭିତରେ ସଙ୍କଟଜନକସ୍ଥିତି ସୃଷ୍ଟି କରିବ। ରାଜଧାନୀ ଭୁବନେଶ୍ୱର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବ। ଭୂତଳ ଜଳସ୍ତର ଅହେତୁକଭାବେ ହ୍ରାସ ପାଉଥିବାରୁ ଭୁବନେଶ୍ୱର ଏବେ ସେମି-କ୍ରିଟିକାଲ ଜୋନ୍‌‌ରେ […]

ଭୁବନେଶ୍ୱର: ରାଜ୍ୟରେ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ଏଥିପାଇଁ ଲୋକଙ୍କ ଭିତରେ ଜନ ସଚେତନତା ଆଦୌ ନାହିଁ। ସରକାର ବି ସବୁ ଜାଣି ଚୁପ୍‌‌ ବସି ଯାଇଛନ୍ତି। ଜଳ ବ୍ୟବହାର ନେଇ କଟକଣା ନାହିଁ କି ରୋକିବା ଦିଗରେ ପଦକ୍ଷେପ ନେଉନାହାନ୍ତି। ଏହା ଆଗାମୀ ୧୦ରୁ ୧୫ବର୍ଷ ଭିତରେ ସଙ୍କଟଜନକସ୍ଥିତି ସୃଷ୍ଟି କରିବ। ରାଜଧାନୀ ଭୁବନେଶ୍ୱର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବ। ଭୂତଳ ଜଳସ୍ତର ଅହେତୁକଭାବେ ହ୍ରାସ ପାଉଥିବାରୁ ଭୁବନେଶ୍ୱର ଏବେ ସେମି-କ୍ରିଟିକାଲ ଜୋନ୍‌‌ରେ ଅଛି। ଜଳର ଅପଚୟ ଏଭଳି ଲାଗି ରହିଲେ, ଖୁବ୍‌‌ଶୀଘ୍ର ଏହା କ୍ରିଟିକାଲ୍‌‌ ଜୋନ୍‌‌ରେ ପରିଣତ ହେବ ନେଇ ପରିବେଶବିତ୍‌‌ମାନେ ଆଶଙ୍କା ପ୍ରକାଶ କଲେଣି। ରାଜଧାନୀରେ ମାଳମାଳ ନଭଶ୍ଚୁମ୍ବୀ ଆପର୍ଟମେଣ୍ଟ୍‌‌ ଓ ଉପକଣ୍ଠରେ ଗଢ଼ି ଉଠୁଥିବା ନୂଆ ନୂଆ ଘର ମନଇଚ୍ଛା ଜଳ ଶୋଷିବାରେ ଲାଗିଛନ୍ତି। ଏ ନେଇ ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ କେହି ତାହାକୁ ମାନୁନାହାନ୍ତି। ଆଉ ନିୟମ ମାନୁ ନ ଥିବା ସଂସ୍ଥା ବିରୋଧରେ ଜରିମାନା କି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ଆହୁରି ପଢ଼ନ୍ତୁ: ନବରଙ୍ଗପୁରରେ ଅଭାବନୀୟ ଘଟଣା: ଗଛରୁ ବିବାହିତ ଯୁବକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନାନୁସାରେ, ଲକ୍ଷ୍ମୀସାଗର ଅଞ୍ଚଳରେ ଜଳସ୍ତର ୫ ବର୍ଷ ପୂର୍ବେ ୫.୧୩ ମିଟର ଜଳସ୍ତର ରହିଥିବାବେଳେ ଏବେ ଏହା ଖସି ୪.୦୭ ମିଟର ରହିଛି। ସେହିଭଳି ନୂଆପଲ୍ଲୀ ଅଞ୍ଚଳରେ ୫.୪୧ ମିଟର ଥିବାବେଳେ ଏବେ ୪.୯୪ ମିଟର ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବରୁ ଜଳସ୍ତର ଭଲସ୍ଥିତିରେ ଥିଲା। ଅର୍ଥାତ୍‌‌ ୬.୯୦ ମିଟର ଥିବାବେଳେ ଏବେ ହ୍ରାସ ପାଇ ୪.୧୫ ମିଟରକୁ ଖସି ଆସିଛି। ଖଣ୍ଡଗିରି ଅଞ୍ଚଳରେ ଗୁରୁତର ଭାବେ ପାଖାପାଖି ୩ ମିଟର ହ୍ରାସ ପାଇଛି। ଏହାଠାରୁ ଉଦ୍‌‌ବେଗଜନକ ସ୍ଥାନ ହେଉଛି ସାମନ୍ତରାପୁର। ଏଠି ଜଳସ୍ତର ପ୍ରତିବର୍ଷ ଭୟଙ୍କର ଭାବେ ଖସିବାରେ ଲାଗିଛି। ଏଥିସହ ପୁରୁଣା ଭୁବନେଶ୍ୱର, ରାଜଧାନୀର ୟୁନିଟ୍‌‌ ଏରିଆ ଓ ସୁନ୍ଦରପଦା ଅଞ୍ଚଳରେ ଜଳସ୍ତର କିଛି ବର୍ଷ ଧରି ସ୍ଥିର ରହିଥିବାବେଳେ ଗତ ଦୁଇ ବର୍ଷ ହେଲା ହ୍ରାସ ପାଇବାରେ ଲାଗିଛି। ଏବେ ବି ଏହା ନିୟନ୍ତ୍ରଣାଧୀନ ସ୍ଥିତିରେ ଥିବାବେଳେ ଆଗାମୀ ଦିନରେ ହ୍ରାସ ପାଇବାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: SCBରେ ଯୁବକଙ୍କ ହାଇଡ୍ରାମା, ପାଣି ଟାଙ୍କି ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଲ୍ଡରମାନେ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିବାରୁ ଭୂତଳ ଜଳସ୍ତର ଉଦବେଗଜନକ ଭାବେ ହ୍ରାସ ପାଉଛି। ଏଥିପାଇଁ କୋଠା ନିର୍ମାଣ ପାଇଁ ସ୍ୱୀକୃତି ଦେଉଥିବା ବିଏମ୍‌‌ସି, ବିଡିଏ, ସିଏମ୍‌‌ସି ପ୍ରଭୃତି ସ୍ୱୀକୃତି ଦେବା ପୂର୍ବରୁ ଭୂତଳ ଜଳ ବ୍ୟବହାର ପାଇଁ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ଠାରୁ ସ୍ୱୀକୃତି ନେବା ବାଧ୍ୟତାମୂଳକ କରିବେ। ଏ ବାବଦରେ ରେରା ମଧ୍ୟ ଆଦେଶନାମା ଜାରି କରିଛି। ଏହା ପରେ କିଛି ହାତଗଣତି ବିଲ୍‌‌ଡର ଅନୁମତି ନେଉଛନ୍ତି। କିନ୍ତୁ ଅଧିକାଂଶ ବିଲ୍ଡର ଏହାକୁ ମାନୁନାହାନ୍ତି। ମନଇଚ୍ଛା ଖୋଳି ପାଣି ବ୍ୟବହାର କରୁଛନ୍ତି। ଯାହା ଭୂତଳ ଜଳକୁ ପ୍ରଭାବିତ କରୁଛି। ଗୃହ ନିର୍ମାଣ ସମୟରେ ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଡିଏ ଲେ-ଆଉଟ୍‌‌ ପ୍ଲାନ୍‌‌ରେ ରହୁଛି। ହେଲେ ଏହାକୁ ପରବର୍ତ୍ତୀ ସମୟରେ କେହି ପାଳନ କରୁନାହାନ୍ତି। ଗୃହ ନିର୍ମାଣ ପୂର୍ବରୁ ବିଜୁଳି ଓ ପାଣି ସଂଯୋଗ ମିଳିଯାଉଥିବାରୁ ଅକୁପାନ୍ସି ସାର୍ଟିଫିକେଟ୍‌‌ର ମଧ୍ୟ ଆବଶ୍ୟକତା ପଡ଼ୁନି। ତେଣୁ ଲୋକେ ମାନୁନଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ

ପରିବେଶବିତ୍‌‌ ବିଜୟ କୁମାର ମହାପାତ୍ର କହିଛନ୍ତି, ରାଜଧାନୀରେ କୋଠା ନିର୍ମାଣ ପାଇଁ ହଜାର ହଜାର ଲିଟର ପାଣିର ବ୍ୟବହାର ହେଉଛି। ମାତ୍ର ଅନ୍ୟ ଦେଶ ଗୁଡ଼ିକରେ ପାଣିର ପରିବର୍ତ୍ତେ କେମିକାଲ ବ୍ୟବହାର କରୁଛନ୍ତି। ଆମର ଏଠି ପାଣି ସହଜରେ ମିଳିଯାଉଛି, ତେଣୁ ବିଲ୍ଡର ଓ ଗୃହ ନିର୍ମାତାମାନେ ସେ ଦିଗରେ ଦୃଷ୍ଟି ଦେଉନାହାନ୍ତି। ମାତ୍ର ଏବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଯେତିକି ରିଚାର୍ଜ ହେଉଛି, ତା’ଠାରୁ ବହୁ ପରିମାଣରେ ଉତ୍ତୋଳନ ହେଉଛି। ତେଣୁ ପାଣିର ବ୍ୟବହାର କମ କରିବା ଦିଗରେ ଆଇନ ଆସିବା ଦରକାର। ସେହିଭଳି ମନଇଚ୍ଛା ପାଣି ବ୍ୟବହାର ଉପରେ ମଧ୍ୟ ରୋକିବା ଆବଶ୍ୟକ। ପରିବାରରେ ଯେତିକି ଜଣ ସଦସ୍ୟ ସେହି ଅନୁସାରେ ପରିବାର ପାଣି ବ୍ୟବହାର ନେଇ କଟକଣା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନଚେତ ଆଗାମୀ ଦିନରେ ପାଣି ପାଇଁ ହା’ହା’ କରି ସ୍ଥିତିକୁ କେହି ଏଡ଼ାଇ ପାରିବେନି ବୋଲି ସେ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର