ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ.....

Deviprasad Mohanty Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଂଝିଆଟିକ୍ରା ଠାରେ ବୃଦ୍ଧ ଦମ୍ପତି ଏକ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛ। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଗତକାଲି ସନ୍ଧ୍ୟା ସମୟରେ ଆତ୍ମହତ୍ୟା କରିଥିବା  ପ୍ରାଥମିକ ସୂଚନା ରହିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ମୃତକ ସ୍ବାମୀ ପ୍ରାୟ ୬୫ ବର୍ଷୀୟ କିରୋଟି ପ୍ରଧାନ ଓ ମୃତ ସ୍ତ୍ରୀ ପ୍ରାୟ ୬୦ ବର୍ଷୀୟା ଶାନ୍ତି ପ୍ରଧାନ।  ମୃତ୍ୟୁର  କାରଣ ଖୋଜୁଛି ପୁଲିସ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନ୍ୟପଟେ, ଗତବର୍ଷ ଦମ୍ପତିଙ୍କ ସାନ ପୁଅର ମୃତ୍ୟୁକୁ ନେଇ ଏପରି ଘଟଣା ଘଟାଇ ଥାଇପାରନ୍ତି ବୋଲି ସମ୍ପର୍କୀୟମାନେ ଅନୁମାନ କରୁଥିବାବେଳେ ମୃତ୍ୟୁ ପଛର ପ୍ରକୃତ କାରଣ କଣ ରହିଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମୃତକଙ୍କ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର