ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

Madhusudan Das Picture
Published On

ବରଗଡ଼: କାର୍ଯ୍ୟରତ ଡାକ୍ତରଙ୍କୁ ବରଗଡ଼ରେ ମରଣାନ୍ତକ ଆକ୍ରମଣ । ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଗତ ରାତ୍ରୀ ପ୍ରାୟ ୨ଟାରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ବ୍ୟକ୍ତି ଜଣକ ଏକ ଛୁଆକୁ ହସ୍ପିଟାଲକୁ ଚିକିତ୍ସା କରାଇବା ପାଇଁ ଆଣିଥିଲେ । ଡାକ୍ତର ଚିକିତ୍ସା କରିବା ପରେ ବ୍ୟକ୍ତି ଜଣକ ବ୍ଲଡ଼ ପ୍ରେସର ଚେକ କରିବା ପାଇଁ କହିଥିଲେ । ସେହି ସମୟରେ ଡାକ୍ତର ୧୦ ମିନିଟ ଅପେକ୍ଷା କରିବା ପାଇଁ କହିବାରୁ ବ୍ୟକ୍ତି ଜଣକ ଯେଉଁ ଷ୍ଟୁଲରେ ବସିଥିଲେ ସେହି ଷ୍ଟୁଲକୁ ଧରି ଡାକ୍ତରଙ୍କ ମୁଣ୍ଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଡାକ୍ତର ସୁଦୀପ୍ତ ଟାଉନ ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । କାର୍ଯରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ ହେବ ବୋଲି ଡାକ୍ତର ମାନଙ୍କ ପାଖରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍‌ ପ୍ରକ୍ରିୟା: ୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି, ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

20 Jul 2026 By Madhusudan Das

ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ବରଗଡ଼: କାର୍ଯ୍ୟରତ ଡାକ୍ତରଙ୍କୁ ବରଗଡ଼ରେ ମରଣାନ୍ତକ ଆକ୍ରମଣ । ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଗତ ରାତ୍ରୀ ପ୍ରାୟ ୨ଟାରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ବ୍ୟକ୍ତି ଜଣକ ଏକ ଛୁଆକୁ ହସ୍ପିଟାଲକୁ ଚିକିତ୍ସା କରାଇବା ପାଇଁ ଆଣିଥିଲେ । ଡାକ୍ତର ଚିକିତ୍ସା କରିବା ପରେ ବ୍ୟକ୍ତି ଜଣକ ବ୍ଲଡ଼ ପ୍ରେସର ଚେକ କରିବା ପାଇଁ କହିଥିଲେ । ସେହି ସମୟରେ ଡାକ୍ତର ୧୦ ମିନିଟ ଅପେକ୍ଷା କରିବା ପାଇଁ କହିବାରୁ ବ୍ୟକ୍ତି ଜଣକ ଯେଉଁ ଷ୍ଟୁଲରେ ବସିଥିଲେ ସେହି ଷ୍ଟୁଲକୁ ଧରି ଡାକ୍ତରଙ୍କ ମୁଣ୍ଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଡାକ୍ତର ସୁଦୀପ୍ତ ଟାଉନ ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । କାର୍ଯରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ ହେବ ବୋଲି ଡାକ୍ତର ମାନଙ୍କ ପାଖରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର