FM କଲେଜ ଛାତ୍ରୀ ଆତ୍ମା‌ହୁତି ଘଟଣା : ଚରମ ନିଷ୍ପତ୍ତି ନେବାକୁ ଛାତ୍ରୀଙ୍କୁ ପ୍ରବର୍ତ୍ତାଇଲା କିଏ?

The Sakala Picture
Published On

ବାଲେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଦୀର୍ଘ ୬ମାସ ଧରି ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସମୀର କୁମାର ସାହୁଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେବା ଘଟଣା ପୂରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତା ଛାତ୍ରୀ ଏବେ ଭୁବନେଶ୍ବର ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ଏବେ ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି। ତାଙ୍କର ଏଭଳି ଉଦ୍ୟମ […]

ବାଲେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଦୀର୍ଘ ୬ମାସ ଧରି ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସମୀର କୁମାର ସାହୁଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେବା ଘଟଣା ପୂରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତା ଛାତ୍ରୀ ଏବେ ଭୁବନେଶ୍ବର ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ଏବେ ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି। ତାଙ୍କର ଏଭଳି ଉଦ୍ୟମ ପଛରେ କିଏ ଦାୟୀ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କଲେଜ କର୍ତ୍ତୃପକ୍ଷ, ନା ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ସଦସ୍ୟଙ୍କ ଅନ୍ୟାୟ ପାଇଁ ନା ଅନ୍ୟ କାହା ପ୍ରରୋଚନାରେ ସୌମ୍ୟାଶ୍ରୀ ଏଭଳି ପଦେକ୍ଷେପ ନେଲେ, ତାହା ଏବେ ସନ୍ଦେହ ଘେରରେ ରହିଛି। ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗକୁ ଏକ ଶକ୍ତ ଧକ୍କା ଲାଗିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳରେ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଭାରତୀୟ ସେନାରେ ସାମିଲ ପାଇଁ ପ୍ରସ୍ତୁତ

ପ୍ରାଧ୍ୟାପକଙ୍କ କେଳେଙ୍କାରୀ ଉପରେ ଘଣ୍ଟ ଘୋଡ଼ାଇବାର ମସୁଧା ହେବାରୁ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେଣୁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଠିତ ଆଭ୍ୟନ୍ତରୀଣ କମିଟିର କାର୍ଯ୍ୟଦକ୍ଷତା ଓ ନିରପେକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମିଟିରେ ଥିବା ସଦସ୍ୟମାନେ ଛାତ୍ରୀଙ୍କ ସମ୍ବେଦନଶୀଳ ଅଭିଯୋଗକୁ ଉପରଠଉରିଆ ଭାବେ ତଦନ୍ତ କରି ରିପୋର୍ଟ ଦେବା ପରେ ଛାତ୍ରୀଜଣଙ୍କ ନିରାଶ ହୋଇପଡ଼ିଥିଲେ। ନ୍ୟାୟ ପାଇବା ପାଇଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ନିଜେ ସଂଶ୍ଳିଷ୍ଟ ଥିବା ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷା ବିଭାଗର ବିଭାଗର ମୁଖ୍ୟ ସମୀର କୁମାର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଏପରିକି, ସୌମ୍ୟାଶ୍ରୀ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିବା ପରେ ସେ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁଙ୍କ ସପକ୍ଷରେ ଆସିବା ପରେ ଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ ଆରମ୍ଭ ହୋଇଥିଲା। ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାର ଧମକ ଦେଇ ବାରମ୍ବାର ଆପୋଷ ବୁଝାମଣା କରିନେବାକୁ କଲେଜ କର୍ତ୍ତୃପକ୍ଷ ଚାପ ପକାଇଥିଲେ। ଶେଷଥର ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଭେଟି ସୌମ୍ୟାଶ୍ରୀ ଗୁହାରି କରିବା ପରେ ନିରାଶ ହେବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଅପରପକ୍ଷେ, ଅଧ୍ୟକ୍ଷଙ୍କ ଚାମ୍ବରରୁ ଫେରିବା ପରେ ସୌମ୍ୟାଶ୍ରୀ ନିଜ ଉପରେ ପେଟ୍ରୋଲ ଢାଳିବା ବେଳେ ସେଠାରେ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ତାଙ୍କୁ ବଲବଲ କରି ଅନେଇଥିଲେ। କେହିକେହି ମୋବାଇଲ୍‌‌‌‌‌ରେ ଏହାର ଭିଡିଓ ମଧ୍ୟ କରିଥିଲେ। କିନ୍ତୁ ତାଙ୍କୁ ଅଟକାଇ ନ ଥିଲେ। ଫଳରେ ଏପରି ଏକ ବଡ଼ ଅଘଟଣ ଘଟିଗଲା। ତେଣୁ ଏହା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି କୁହାଯାଉଛି।

ସୌମ୍ୟାଶ୍ରୀ ୪ବର୍ଷ ଧରି ଏବିଭିପିର କାର୍ଯ୍ୟକର୍ତ୍ତା ରହିଥିଲେ। ଏପରିକି ଛାତ୍ର ସଂଗଠନର ସମସ୍ତ କାର୍ଯ୍ୟରେ ନେତୃତ୍ୱ ନେଉଥିଲେ। ଏହି ଘଟଣା ଘଟିବା ପରେ ସଂଗଠନ ତାଙ୍କ ପଛରେ ରହିଥିବା ବେଳେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିଲେ। ହେଲେ ଛାତ୍ରୀଜଣଙ୍କ ସାଙ୍ଗରେ ପେଟ୍ରୋଲ ସହ ଦିଆସିଲି ଆଣି ନିଆଁ ଲଗାଇଥିବା ବେଳେ ଏହି ସଂଗଠନର ସହଯୋଗୀମାନେ କିପରି ଭାବେ ତାହା ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବରୁ ଉକ୍ତ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନଥିବାବେଳେ ଜୁଲାଇ ୧ ତାରିଖରେ ସୌମ୍ୟାଶ୍ରୀଙ୍କ ଅଭିଯୋଗ ପରେ ତରବରିଆ ଭାବେ ସେହିଦିନ ହିଁ ଆଇସିସି ଗଠନ କରାଗଲା। ହେଲେ କମିଟି ଗଠନ ସଂପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇ ନ ଥିଲା। ଏଥିସହ ଉକ୍ତ କମିଟି ବିଧି ଅନୁସାରେ ୫ ଦିନ ମଧ୍ୟରେ ତା’ର ରିପୋର୍ଟ ନ ଦେଇ ଟାଳଟୁଳ ନୀତି ଅବଲମ୍ବନ କଲା ଏବଂ ଅଭିଯୁକ୍ତ ପ୍ରାଧ୍ୟାପକଙ୍କୁ କ୍ଲିନ୍‌ଚିଟ୍‌ ଦେଇଦେଲା। ଫଳରେ ନିରାଶ ହୋଇ ଛାତ୍ରୀଜଣକ ଶେଷରେ ଆତ୍ମାହୁତି ପାଇଁ ଚରମ ନିଷ୍ପତ୍ତି ନେଲେ ବୋଲି ଅଭିଯୋଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର