୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ

Madhusudan Das Picture
Published On

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ। ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅନ୍ତର୍ଗତ ତୁଡିଗଡିଆ ଆରଆଇ ଶରତ କୁମାର ସେଠୀ ଏକ ଜମି ନାମଜରୀ କେଶରେ ୫ ହଜାର ଟଙ୍କା କାମ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । 

ଆହୁରି ପଢ଼ନ୍ତୁ: ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ରେଷ୍ଟୁରାଣ୍ଟ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିଜ ଜେଜେବାପାଙ୍କ ନାମରେ ଥିବା ପୈତୃକ ଜମିର ମ୍ୟୁଟେସନ୍ କରାଇବା ସହ ଏକ ରେକର୍ଡ ଅଫ୍ ରାଇଟସ୍ ବା ପଟ୍ଟା (ROR) ବାହାର କରିବା ପାଇଁ ଆବେଦନ କରିଥିଲେ। ତେବେ ଆରଆଇ ଶରତ କୁମାର ସେଠୀ ଏହି ପ୍ରକ୍ରିୟାରେ ବିଳମ୍ବ କରିଥିଲେ ଏବଂ ଅନୁକୂଳ ଫିଲ୍ଡ ଇନ୍‌କ୍ୱାରୀ ରିପୋର୍ଟ ପ୍ରଦାନ କରିବା ସହ ପଟ୍ଟା କରାଇଦେବା ପାଇଁ ୫,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଲାଞ୍ଚ ଦେବାକୁ ଚାହୁଁନଥିବାରୁ ଏନେଇ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୁଧବାର ଦିନ ଆରଆଇ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଅଭିଯୁକ୍ତଙ୍କ ପାଖରୁ ସମସ୍ତ ୫,୦୦୦ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଶରତ କୁମାର ସେଠୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର