ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣା : ଦୁଇ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

The Sakala Picture
Published On

ବାଲେଶ୍ବର : ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍‌ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ୨୦ଦିନ ପରେ ରବିବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚ ଏଫ୍‌ଏମ୍‌ କଲେଜର ଦୁଇଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢ଼େଇ କରୁଥିବା ବେଳେ କିଛି ଛାତ୍ର ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ। ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ନିକଟରେ କିଛି ଛାତ୍ର ମୋବାଇଲ୍‌ରେ ଭିଡ଼ିଓ କରୁଥିବା ଦେଖାଯାଇଥିଲା। ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ […]

ବାଲେଶ୍ବର : ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍‌ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ୨୦ଦିନ ପରେ ରବିବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚ ଏଫ୍‌ଏମ୍‌ କଲେଜର ଦୁଇଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢ଼େଇ କରୁଥିବା ବେଳେ କିଛି ଛାତ୍ର ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ। ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ନିକଟରେ କିଛି ଛାତ୍ର ମୋବାଇଲ୍‌ରେ ଭିଡ଼ିଓ କରୁଥିବା ଦେଖାଯାଇଥିଲା। ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସେଦିନର ସିସିଟିଭି ଭିଡ଼ିଓ ଫୁଟେଜ୍‌ ଯାଞ୍ଚ କରିବା ପରେ ଏହି ଦୁଇଛାତ୍ରଙ୍କ ସମ୍ପୃକ୍ତି ଥିବା ପ୍ରମାଣ ପାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଗିରଫ ହୋଇଥିବା ଦୁଇଜଣ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳ। ସୌମ୍ୟାଶ୍ରୀ ପୋଡ଼ି ଯାଉଥିବା ବେଳେ ଜ୍ୟୋତିପ୍ରକାଶ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ କିଛିକାଂଶରେ ପୋଡ଼ିଯାଇଥିଲେ। ଇତିମଧ୍ୟରେ ଜ୍ୟୋତିପ୍ରକାଶ କଟକ ବଡ଼ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଯାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନାଯୋଗ୍ୟ, ଏଫ୍‌ଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସମୀର କୁମାର ସାହୁଙ୍କ ନିର୍ଯାତନାର ଶିକାର ହୋଇ ସୌମ୍ୟାଶ୍ରୀ କଲେଜ ଅଧ୍ୟକ୍ଷ, ଜିଲ୍ଲା ପୁଲିସ ଉଚ୍ଚ କର୍ତ୍ତୃପକ୍ଷ, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭିନ୍ନ ଫୋରମରେ ଅଭିଯୋଗ କରି ନିରାଶ ହେବା ପରେ ଗତ ଜୁଲାଇ ୧୨ ତାରିଖରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ୯୦ ଭାଗରୁ ଅଧିକ ପୋଡ଼ିଯାଇଥିବା ସୌମ୍ୟାଶ୍ରୀ ଶେଷରେ ଜୁଲାଇ ୧୪ ତାରିଖରେ ପ୍ରାଣ ହରାଇଥିଲେ। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷ ଓ ଏଚ୍‌ଓଡିଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ଗିରଫ ହୋଇ ଜେଲ୍‌ ଯାଇଥିବା ବେଳେ ଗତକାଲି ରାତିରେ ସିସିଟିଭି ଫୁଟେଜ୍‌ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଦୁଇଜଣ ଛାତ୍ରଙ୍କୁ ଗିରଫ କରି ରାତିରେ ଏସ୍‌ଡିଜେଏମ୍‌ ନିକଟରେ ହାଜର କରିଥିଲା। ଏସ୍‌ଡିଜେଏମ୍‌ ଗିରଫ ଦୁଇ ଛାତ୍ରଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

04 Aug 2025 By The Sakala

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣା : ଦୁଇ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

ବାଲେଶ୍ବର : ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍‌ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ୨୦ଦିନ ପରେ ରବିବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚ ଏଫ୍‌ଏମ୍‌ କଲେଜର ଦୁଇଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢ଼େଇ କରୁଥିବା ବେଳେ କିଛି ଛାତ୍ର ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ। ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ନିକଟରେ କିଛି ଛାତ୍ର ମୋବାଇଲ୍‌ରେ ଭିଡ଼ିଓ କରୁଥିବା ଦେଖାଯାଇଥିଲା। ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସେଦିନର ସିସିଟିଭି ଭିଡ଼ିଓ ଫୁଟେଜ୍‌ ଯାଞ୍ଚ କରିବା ପରେ ଏହି ଦୁଇଛାତ୍ରଙ୍କ ସମ୍ପୃକ୍ତି ଥିବା ପ୍ରମାଣ ପାଇଥିବା କୁହାଯାଉଛି।

ଗିରଫ ହୋଇଥିବା ଦୁଇଜଣ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳ। ସୌମ୍ୟାଶ୍ରୀ ପୋଡ଼ି ଯାଉଥିବା ବେଳେ ଜ୍ୟୋତିପ୍ରକାଶ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ କିଛିକାଂଶରେ ପୋଡ଼ିଯାଇଥିଲେ। ଇତିମଧ୍ୟରେ ଜ୍ୟୋତିପ୍ରକାଶ କଟକ ବଡ଼ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଯାଇଥିଲେ।

ସୂଚନାଯୋଗ୍ୟ, ଏଫ୍‌ଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସମୀର କୁମାର ସାହୁଙ୍କ ନିର୍ଯାତନାର ଶିକାର ହୋଇ ସୌମ୍ୟାଶ୍ରୀ କଲେଜ ଅଧ୍ୟକ୍ଷ, ଜିଲ୍ଲା ପୁଲିସ ଉଚ୍ଚ କର୍ତ୍ତୃପକ୍ଷ, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭିନ୍ନ ଫୋରମରେ ଅଭିଯୋଗ କରି ନିରାଶ ହେବା ପରେ ଗତ ଜୁଲାଇ ୧୨ ତାରିଖରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ୯୦ ଭାଗରୁ ଅଧିକ ପୋଡ଼ିଯାଇଥିବା ସୌମ୍ୟାଶ୍ରୀ ଶେଷରେ ଜୁଲାଇ ୧୪ ତାରିଖରେ ପ୍ରାଣ ହରାଇଥିଲେ। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷ ଓ ଏଚ୍‌ଓଡିଙ୍କୁ ନିଲମ୍ବନ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ଗିରଫ ହୋଇ ଜେଲ୍‌ ଯାଇଥିବା ବେଳେ ଗତକାଲି ରାତିରେ ସିସିଟିଭି ଫୁଟେଜ୍‌ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଦୁଇଜଣ ଛାତ୍ରଙ୍କୁ ଗିରଫ କରି ରାତିରେ ଏସ୍‌ଡିଜେଏମ୍‌ ନିକଟରେ ହାଜର କରିଥିଲା। ଏସ୍‌ଡିଜେଏମ୍‌ ଗିରଫ ଦୁଇ ଛାତ୍ରଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

https://www.thesakala.in/latest-odisha-news/balasore/fm-college-student-self-immolation-incident-crime-branch-arrests-two-students/article-41882
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର