ମାଟିତଳୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୁରୁଷ ବନ୍ଧୁ ଅଟକ

The Sakala Picture
Published On

ବଲାଙ୍ଗିର: ମାଟିତଳୁ ଉଦ୍ଧାର ହେଲା କିଛିଦିନ ତଳେ ନିଖୋଜ ହୋଇଥିବା ନାବାଳିକାଙ୍କ ମୃତଦେହ । ହତ୍ୟା ଅଭିଯୋଗରେ ଅଟକ ଅଛନ୍ତି ନାବାଳିକାଙ୍କ ପୁରୁଷ ବନ୍ଧୁ । ଏଭଳି ଏକ ଚାଂଚଳ୍ୟକର ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖର୍ଲି ଗାଁରେ । ମୃତ ନାବାଳିକା ଖର୍ଲି ଗାଁର ପ୍ରସନ୍ନ ଭଇଁଷାଲଙ୍କ ୧୫ ବର୍ଷୀୟ ଝିଅ ଭୂମିସୂତା ଭଇଁଷାଲ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତ ସୋମବାରଠାରୁ ନାବାଳିକା ଜଣକ ନିଖୋଜ ଥିଲେ। ନିଖୋଜ ସଂପର୍କରେ […]

ବଲାଙ୍ଗିର: ମାଟିତଳୁ ଉଦ୍ଧାର ହେଲା କିଛିଦିନ ତଳେ ନିଖୋଜ ହୋଇଥିବା ନାବାଳିକାଙ୍କ ମୃତଦେହ । ହତ୍ୟା ଅଭିଯୋଗରେ ଅଟକ ଅଛନ୍ତି ନାବାଳିକାଙ୍କ ପୁରୁଷ ବନ୍ଧୁ । ଏଭଳି ଏକ ଚାଂଚଳ୍ୟକର ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖର୍ଲି ଗାଁରେ । ମୃତ ନାବାଳିକା ଖର୍ଲି ଗାଁର ପ୍ରସନ୍ନ ଭଇଁଷାଲଙ୍କ ୧୫ ବର୍ଷୀୟ ଝିଅ ଭୂମିସୂତା ଭଇଁଷାଲ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ସୂଚନା ଅନୁସାରେ, ଗତ ସୋମବାରଠାରୁ ନାବାଳିକା ଜଣକ ନିଖୋଜ ଥିଲେ। ନିଖୋଜ ସଂପର୍କରେ ଭୂମିସୁତାଙ୍କ ବାପା ତୁରେକେଲା ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଥିବା ସମୟରେ, ଭୂମିସୂତାକୁ ହତ୍ୟା କରି ପାଟପାଣି ଜଂଗଲ ଭିତରେ ପୋତି ଦିଆଯାଇଥିବା ଜାଣିବାକୁ ପାଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୁଲିସ ଫୋର୍ସ ପହଂଚି ମାଟି ଖୋଳି ନାବାଳିକାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ। ତେବେ ପ୍ରେମ ଜନିତ ଘଟଣାକୁ ନେଇ ଏଭଳି ହତ୍ୟା କାଣ୍ଡ ଘଟିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ସରକାରଙ୍କ ବିରୋଦ୍ଧରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ଗର୍ଜ୍ଜନ; ନିୟମିତ କରିବା ଦାବିରେ ଆନ୍ଦୋଳନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର