ମନୋରଞ୍ଜନ

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ନିନ୍ଦନୀୟ: ବିଜେଡି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଅପରାଧୀ ଉପରମୁହାଁ ହୋଇ ପଡ଼ିଥିବା ବେଳେ ସରକାର ଏକପ୍ରକାର ଉପାୟଶୂନ୍ୟ ହୋଇ ପଡ଼ିଛନ୍ତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ୱାଦିକଙ୍କୁ ମାଡ ମରାଯିବା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ରସାତଳକୁ ଗଲାଣି ବୋଲି ବିଜୁ ଜନତା ଦଳ କହିଛି। ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ […]

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଅପରାଧୀ ଉପରମୁହାଁ ହୋଇ ପଡ଼ିଥିବା ବେଳେ ସରକାର ଏକପ୍ରକାର ଉପାୟଶୂନ୍ୟ ହୋଇ ପଡ଼ିଛନ୍ତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ୱାଦିକଙ୍କୁ ମାଡ ମରାଯିବା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ରସାତଳକୁ ଗଲାଣି ବୋଲି ବିଜୁ ଜନତା ଦଳ କହିଛି।

ଆହୁରି ପଢ଼ନ୍ତୁ: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌' ଶ୍ରେଷ୍ଠ ଚଳଚ୍ଚିତ୍ର

ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ପିପିଲି ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେତୁ ଭଳି କାମ କରୁଥିବା ସାମ୍ୱାଦିକଙ୍କ ଉପରେ ଯେଉଁଭଳି ମରଣାନ୍ତକ ଆକ୍ରମଣ କରାଗଲା, ତାହା ଅତ୍ୟନ୍ତ ଦୁଃଖ ଓ ନିନ୍ଦାର ବିଷୟ। ଉକ୍ତ ସଭାକୁ ସମ୍ୱାଦ ସଂଗ୍ରହ କରିବାକୁ ଯାଇଥିବା ‘ଓଡ଼ିଶା ଭାସ୍କର’ର ସାମ୍ୱାଦିକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଓ ପୁଲିସ ସମ୍ମୁଖରେ ଯେଉଁଭଳି ଭାବେ ମାଡ ମରାଗଲା, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଉକ୍ତ ସାମ୍ୱାଦିକ ଏତଲା ଦେବା ପାଇଁ ପିପିଲି ଥାନାରେ ପହଞ୍ଚିଲା ବେଳକୁ ସେଠାରେ ପୁରୀ ସାଂସଦଙ୍କ ପ୍ରତିନିଧି ଥାନାରେ ପହଞ୍ଚି ପୁଲିସ ଉପରେ ଏତଲା ଗ୍ରହଣ ନ କରିବାକୁ ଚାପ ପ୍ରୟୋଗ କରିଥିଲେ । ସାମ୍ୱାଦିକଙ୍କୁ ମାଡ ମାରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ ନ କରିବା ଦୁର୍ଭାଗ୍ୟଜନକ।

ଆହୁରି ପଢ଼ନ୍ତୁ: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ ଗଲେ ବାଚସ୍ପତି, ପ୍ରମିଳା ମଲ୍ଲିକ ପିଏସି କମିଟି ଅଧ୍ୟକ୍ଷ

ସେହିଭଳି ଆଇନ ମନ୍ତ୍ରୀଙ୍କ ସହିତ ଜଡ଼ିତ ଜଣେ ଆସାମୀ ଦୋଳଗୋବିନ୍ଦ ପ୍ରଧାନ, ଯିଏକି ଶିଶୁ ଅଶ୍ଳୀଳତା ଭିଡିଓ ଉତ୍ତୋଳନର ମାଷ୍ଟରମାଇଣ୍ଡ, ତାକୁ ମନ୍ତ୍ରୀଙ୍କ ସହଯୋଗରେ ଲୁଚେଇ ରଖାଯାଇଛି। ଏହି ଘଟଣା ଉପରେ ଦୈନିକ ଖବରକାଗଜ ‘ଧରିତ୍ରୀ’ର ନାଚୁଣୀ ପ୍ରତିନିଧି ଦିଲ୍ଲୀପ କୁମାର ସ୍ୱାଇଁ ଏକ ଖବର ପ୍ରକାଶ କରିଥିବାରୁ ତାଙ୍କ ଉପରେ ଆଇନ ମନ୍ତ୍ରୀଙ୍କ ସହଯୋଗୀ ସୌମ୍ୟ ରଞ୍ଜନ ସାମନ୍ତରାୟ ଓ ତାଙ୍କ ସହଯୋଗୀମାନେ ମଦ୍ୟପାନ କରି ରାତି ଅଧରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଇନ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାଣ୍ଡ ଘଟାଯାଇଥିବାରୁ ପୁଲିସ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଦାବିଷ୍ଣୁ ହୋଇ ବସିରହିଛି। ଏହି ଘଟଣାରୁ ଯାହା ଜଣାପଡୁଛି ଆଇନ ମନ୍ତ୍ରୀଙ୍କ ସମର୍ଥନରେ ଅପରାଧୀମାନେ ଆଇନକୁ ହାତକୁ ନେଇ ଖୁଲମଖୁଲା ବେଆଇନ କାର୍ଯ୍ୟ କରୁଛନ୍ତି।ଯେଉଁ ରାଜ୍ୟରେ ସମ୍ୱିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ସେ ରାଜ୍ୟରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍': ରଙ୍ଗ ରୁଟ୍‌ରେ ଆସି ବାପା-ଝିଅଙ୍କୁ ଦେଲା ଧକ୍କା...

02 Aug 2025 By The Sakala

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଅପରାଧୀ ଉପରମୁହାଁ ହୋଇ ପଡ଼ିଥିବା ବେଳେ ସରକାର ଏକପ୍ରକାର ଉପାୟଶୂନ୍ୟ ହୋଇ ପଡ଼ିଛନ୍ତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ୱାଦିକଙ୍କୁ ମାଡ ମରାଯିବା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ରସାତଳକୁ ଗଲାଣି ବୋଲି ବିଜୁ ଜନତା ଦଳ କହିଛି।

ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ପିପିଲି ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେତୁ ଭଳି କାମ କରୁଥିବା ସାମ୍ୱାଦିକଙ୍କ ଉପରେ ଯେଉଁଭଳି ମରଣାନ୍ତକ ଆକ୍ରମଣ କରାଗଲା, ତାହା ଅତ୍ୟନ୍ତ ଦୁଃଖ ଓ ନିନ୍ଦାର ବିଷୟ। ଉକ୍ତ ସଭାକୁ ସମ୍ୱାଦ ସଂଗ୍ରହ କରିବାକୁ ଯାଇଥିବା ‘ଓଡ଼ିଶା ଭାସ୍କର’ର ସାମ୍ୱାଦିକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଓ ପୁଲିସ ସମ୍ମୁଖରେ ଯେଉଁଭଳି ଭାବେ ମାଡ ମରାଗଲା, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଉକ୍ତ ସାମ୍ୱାଦିକ ଏତଲା ଦେବା ପାଇଁ ପିପିଲି ଥାନାରେ ପହଞ୍ଚିଲା ବେଳକୁ ସେଠାରେ ପୁରୀ ସାଂସଦଙ୍କ ପ୍ରତିନିଧି ଥାନାରେ ପହଞ୍ଚି ପୁଲିସ ଉପରେ ଏତଲା ଗ୍ରହଣ ନ କରିବାକୁ ଚାପ ପ୍ରୟୋଗ କରିଥିଲେ । ସାମ୍ୱାଦିକଙ୍କୁ ମାଡ ମାରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ ନ କରିବା ଦୁର୍ଭାଗ୍ୟଜନକ।

ସେହିଭଳି ଆଇନ ମନ୍ତ୍ରୀଙ୍କ ସହିତ ଜଡ଼ିତ ଜଣେ ଆସାମୀ ଦୋଳଗୋବିନ୍ଦ ପ୍ରଧାନ, ଯିଏକି ଶିଶୁ ଅଶ୍ଳୀଳତା ଭିଡିଓ ଉତ୍ତୋଳନର ମାଷ୍ଟରମାଇଣ୍ଡ, ତାକୁ ମନ୍ତ୍ରୀଙ୍କ ସହଯୋଗରେ ଲୁଚେଇ ରଖାଯାଇଛି। ଏହି ଘଟଣା ଉପରେ ଦୈନିକ ଖବରକାଗଜ ‘ଧରିତ୍ରୀ’ର ନାଚୁଣୀ ପ୍ରତିନିଧି ଦିଲ୍ଲୀପ କୁମାର ସ୍ୱାଇଁ ଏକ ଖବର ପ୍ରକାଶ କରିଥିବାରୁ ତାଙ୍କ ଉପରେ ଆଇନ ମନ୍ତ୍ରୀଙ୍କ ସହଯୋଗୀ ସୌମ୍ୟ ରଞ୍ଜନ ସାମନ୍ତରାୟ ଓ ତାଙ୍କ ସହଯୋଗୀମାନେ ମଦ୍ୟପାନ କରି ରାତି ଅଧରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଇନ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାଣ୍ଡ ଘଟାଯାଇଥିବାରୁ ପୁଲିସ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଦାବିଷ୍ଣୁ ହୋଇ ବସିରହିଛି। ଏହି ଘଟଣାରୁ ଯାହା ଜଣାପଡୁଛି ଆଇନ ମନ୍ତ୍ରୀଙ୍କ ସମର୍ଥନରେ ଅପରାଧୀମାନେ ଆଇନକୁ ହାତକୁ ନେଇ ଖୁଲମଖୁଲା ବେଆଇନ କାର୍ଯ୍ୟ କରୁଛନ୍ତି।ଯେଉଁ ରାଜ୍ୟରେ ସମ୍ୱିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ସେ ରାଜ୍ୟରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର