ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦୦୦ କେଜି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ

Madhusudan Das Picture
Published On

ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩ ହଜାର କେଜି ମସଲା ଜବତ । ବ୍ରହ୍ମପୁର ସହରରେ ଚାଲିଥିବା ଦୁଇଟି ବେଆଇନ ମସଲା ପ୍ରସ୍ତୁତକାରୀ ୟୁନିଟ୍ ଉପରେ ବଡ଼ବଜାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ କରିଛି। ଏହି ଚଢ଼ାଉରେ ପ୍ରାୟ ୩,୦୦୦ କେଜି ଅପମିଶ୍ରିତ ହଳଦୀ ଏବଂ ଲଙ୍କା ଗୁଣ୍ଡ ଜବତ କରାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଏସ୍‌ଆଇଆର୍ ବିରୋଧୀ ପଦଯାତ୍ରାରେ ସାମିଲ ହେଲା ବିଜେଡି, ପ୍ଲା-କାର୍ଡ ଧରି ନାରାବାଜି କରିବା ସହ ପ୍ରତିବାଦ କଲେ ସାଂସଦ

ରବିବାର ବିଳମ୍ବିତ ରାତିରେ ସହରର ଦୁଇଟି ଭିନ୍ନ ସ୍ଥାନ ଯଥା ଲକ୍ଷ୍ମୀ ନୃସିଂହ ନଗରର ସପ୍ତମ ଲେନ ଏବଂ ପ୍ରହଲ୍ଲାଦ ନଗରରେ ଏହି ଚଢ଼ାଉ କରାଯାଇଥିଲା। ଏହି ଅପରେସନ ସମୟରେ ବିପୁଳ ପରିମାଣର ଖୋଲା ଥିବା ହଳଦୀ ଓ ଲଙ୍କା ଗୁଣ୍ଡ ବସ୍ତା ଜବତ ହେବା ସହ ୪ଟି ଗ୍ରାଇଣ୍ଡିଂ ମେସିନ୍ ମଧ୍ୟ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ମସଲାର ପରିମାଣ ବଢ଼ାଇବା ପାଇଁ ଏଥିରେ କୃତ୍ରିମ ରଙ୍ଗ ଏବଂ କୁଣ୍ଡା ମିଶାଉଥିଲେ। ପରେ ଏହି ନକଲି ମସଲାକୁ ସ୍ଥାନୀୟ ବଜାରରେ ଶସ୍ତା ଦରରେ ବିକ୍ରି କରାଯାଉଥିଲା। ଏହି କାରଖାନାଗୁଡ଼ିକ ବିନା ଜିଏସଟି (GST) ପଞ୍ଜୀକରଣରେ ଚାଲିଥିବା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଜବତ ହୋଇଥିବା ପ୍ୟାକେଟଗୁଡିକରେ କୌଣସି ବ୍ରାଣ୍ଡ ଲେବଲ ନଥିଲା ଏବଂ ବିନା କୌଣସି ବୈଧ ଲାଇସେନ୍ସରେ ଏହି ବେଆଇନ କାରବାର ବେଧଡ଼କ ଭାବେ ଚାଲିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର, ହକି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପରିଚୟ ହରାଉଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର