ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ହେପାଜତରେ CJP ନେତା । ଆନ୍ଦୋଳନ ପାଇଁ ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଐତିହାସିକ ଜନ୍ତର ମନ୍ତରକୁ ବିକ୍ଷୋଭ ସ୍ଥଳ ତାଲିକାରୁ ବାତିଲ କରାଯିବାର ଗୋଟିଏ ଦିନ ପରେ, କକରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଏକ ଅଚାନକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ଦଳୀୟ ସ୍ବେଚ୍ଛାସେବୀଙ୍କ ସହ ମିଶି ଲୁହା ଗେଟ୍ ଏବଂ ପୋଲିସ ବ୍ୟାରିକେଡ୍ ଡେଇଁ ଅନିର୍ଦ୍ଧାରିତ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ତୁରନ୍ତ ଅଟକ ରଖିଛି। 

ଆହୁରି ପଢ଼ନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି, ୫.୫୦% ରେ ପହଞ୍ଚିଲା

ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆଶୁତୋଷ ରାଙ୍କା, ସୌରଭ ଦାସ ଏବଂ ସମର୍ଥକମାନେ ବ୍ୟାରିକେଡ୍ ଉପରକୁ ଚଢ଼ି ପତାକା ଉତ୍ତୋଳନ କରିବା ସହ 'ଭାରତ ମାତା କି ଜୟ' ଏବଂ 'ଇନକିଲାବ ଜିନ୍ଦାବାଦ' ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ଦିଲ୍ଲୀର କେନ୍ଦ୍ରାଞ୍ଚଳରୁ ବିକ୍ଷୋଭ ସ୍ଥଳ ସ୍ଥାନାନ୍ତର କରିବା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଦିପକେ ପ୍ରଶାସନର ଏହି କଟକଣାକୁ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଦାଲତରେ ମିଥ୍ୟା ବୟାନ ଦେଇଥିବା ୬ ସିବିଆଇ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ସୂଚନାଯୋଗ୍ୟ ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ କମିଟିର ସୁପାରିଶକ୍ରମେ ଜନ୍ତର ମନ୍ତରରୁ ବିକ୍ଷୋଭ ସ୍ଥଳ ମାନ୍ୟତା ପ୍ରତ୍ୟାହାର କରିନିଆଯାଇଛି। ଭବିଷ୍ୟତରେ ହେବାକୁ ଥିବା ସାଧାରଣ ବିକ୍ଷୋଭ ପାଇଁ ପୂର୍ବ ଦିଲ୍ଲୀର ରାମଲୀଳା ମଇଦାନ, ବୁରାରି ଗ୍ରାଉଣ୍ଡ ଏବଂ ସିବିଡି ଗ୍ରାଉଣ୍ଡକୁ ତିନୋଟି ବିକଳ୍ପ ସ୍ଥାନ ଭାବେ ଘୋଷଣା କରାଯାଇଛି। 

ଆହୁରି ପଢ଼ନ୍ତୁ: ହୁଥିଙ୍କ ବିରୋଧରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍: ଆମେରିକା ମନା କରିବାରୁ ସାହାରା ସାଜିଲା ଚୀନ୍ ଫାଇଟର୍ ଜେଟ୍

ଭୋଟର ତାଲିକା ସଂଶୋଧନ ବିବାଦକୁ କେନ୍ଦ୍ର କରି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଇଣ୍ଡିଆ (INDIA) ମେଣ୍ଟ ଏବଂ ସିଜେପି ଭଳି ସଂଗଠନଗୁଡ଼ିକ ଲଗାତାର ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ମଧ୍ୟରେ ସୁରକ୍ଷା କଟକଣା କଡ଼ାକଡ଼ି କରାଯିବା ସହ ଜନ୍ତର ମନ୍ତରରୁ ବିକ୍ଷୋଭ ସ୍ଥଳ ମାନ୍ୟତା ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ମଧ୍ୟ ବିକ୍ଷୋଭ ପାଇଁ ରାଜଧାନୀରେ ପହଞ୍ଚିବା ପରେ ସିଜେପି ନେତାମାନଙ୍କୁ ଅଟକ ରଖାଯାଇଥିଲା, ଯାହାକି କର୍ମୀ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ଦର୍ଶାଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର