କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

Madhusudan Das Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ-ଚାନ୍ଦବାଲି ରାସ୍ତାରେ ଥିବା ଚାଣକ୍ୟ ହୋଟେଲ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ଓ ବାଇକ୍ ମଧ୍ୟରେ ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକରେ ଥିବା ଦୁଇ ଜଣ ଯାତ୍ରୀ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି

ବର୍ତ୍ତମାନ ସୁଦ୍ଧା ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଶାଳିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରାଫିକ୍ ସମସ୍ୟା ସ୍ୱାଭାବିକ କରିଥିଲା। ଏହା ସହିତ ପୁଲିସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର