ଭୁବନେଶ୍ୱରରେ ବଡ ଅଘଟଣ: ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକ ମୃତ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକ ମୃତ । ବିଜେବି ନଗର ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କି ହଠାତ୍ ଭୁଶୁଡ଼ି ପଡ଼ିବାରୁ କାମ କରୁଥିବା ଦୁଇ ଜଣ ଶ୍ରମିକ ଭିତରେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରମିକମାନଙ୍କର ପରିଚୟ ମିଳି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା

ସୂଚନା ଅନୁସାରେ, ବିଜେବି ନଗର ଅଞ୍ଚଳରେ ଶିଶୁ ମନ୍ଦିର ପଛରେ ଥିବା ଜଣେ ବ୍ୟକ୍ତିଙ୍କ ଘରର ପାଇଖାନା ଟାଙ୍କି ନିର୍ମାଣ କାମ ଚାଲିଥିଲା। ଦୁଇ ଜଣ ଶ୍ରମିକ ଟାଙ୍କି ଭିତରେ କାମ କରୁଥିବା ବେଳେ ହଠାତ୍ ଟାଙ୍କିର କାନ୍ଥ ଓ ଉପର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉଭୟ ଶ୍ରମିକ ମାଟି ଓ କଂକ୍ରିଟ୍ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ପରେ ଦୁଇ ଜଣଙ୍କୁ ଟାଙ୍କି ଭିତରୁ ବାହାର କରାଯାଇ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

11 Jul 2026 By Madhusudan Das

ଭୁବନେଶ୍ୱରରେ ବଡ ଅଘଟଣ: ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକ ମୃତ । ବିଜେବି ନଗର ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କି ହଠାତ୍ ଭୁଶୁଡ଼ି ପଡ଼ିବାରୁ କାମ କରୁଥିବା ଦୁଇ ଜଣ ଶ୍ରମିକ ଭିତରେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରମିକମାନଙ୍କର ପରିଚୟ ମିଳି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ବିଜେବି ନଗର ଅଞ୍ଚଳରେ ଶିଶୁ ମନ୍ଦିର ପଛରେ ଥିବା ଜଣେ ବ୍ୟକ୍ତିଙ୍କ ଘରର ପାଇଖାନା ଟାଙ୍କି ନିର୍ମାଣ କାମ ଚାଲିଥିଲା। ଦୁଇ ଜଣ ଶ୍ରମିକ ଟାଙ୍କି ଭିତରେ କାମ କରୁଥିବା ବେଳେ ହଠାତ୍ ଟାଙ୍କିର କାନ୍ଥ ଓ ଉପର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉଭୟ ଶ୍ରମିକ ମାଟି ଓ କଂକ୍ରିଟ୍ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ପରେ ଦୁଇ ଜଣଙ୍କୁ ଟାଙ୍କି ଭିତରୁ ବାହାର କରାଯାଇ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଉଭୟ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର