ଶରଧାବାଲିରେ ପହଞ୍ଚିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ସମ୍ପନ୍ନ ହେଲା ପବିତ୍ର ଗୁଣ୍ଡିଚା ଯାତ୍ରା

Madhusudan Das Picture
Published On

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ । ଏହା ସହିତ ଚଳିତ ବର୍ଷର ପବିତ୍ର ଗୁଣ୍ଡିଚା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଏହା ପୂର୍ବରୁ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଥିଲା। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିବା ସହ ଭକ୍ତମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ଲକ୍ଷାଧିକ ଭକ୍ତଙ୍କ 'ଜୟ ଜଗନ୍ନାଥ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ଶରଧାବାଲିରେ ମହାପ୍ରଭୁଙ୍କ ଅପୂର୍ବ ରୂପର ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶା କ୍ୟାଡରରୁ ପୁଣି ଜଣେ ଆଇପିଏସ୍‌ଙ୍କ ଇସ୍ତଫା: ଜଗମୋହନଙ୍କ ପରେ ଚାକିରି ଛାଡ଼ିଲେ ସି.ଏ. ରାମଦାସ

ଗୁରୁବାର ଅପରାହ୍ନରୁ ତିନି ରଥ ଟଣା ଆରମ୍ଭ ହୋଇଥିଲା। ତେବେ ପାରମ୍ପରିକ ସମୟ ସୀମା ଅତିକ୍ରମ କରିବାରୁ ସନ୍ଧ୍ୟାରେ ରଥଟଣାକୁ ସ୍ଥଗିତ ରଖାଯାଇଥିଲା। ଗୁରୁବାର ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ, ମା' ସୁଭଦ୍ରାଙ୍କ ଦର୍ପଦଳନ ମାର୍ଚ୍ଚିକୋଟ ଛକ ନିକଟରେ ଅଟକି ଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର ଅଳ୍ପ ଦୂର ଅତିକ୍ରମ କରିଥିଲା। ଶୁକ୍ରବାର ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ବଡ଼ଦାଣ୍ଡରେ ପୁଣିଥରେ ରଥଟଣା ଆରମ୍ଭ ହୋଇଥିଲା ଏବଂ ଭକ୍ତଙ୍କ ପ୍ରବଳ ଉତ୍ସାହରେ ରଥଗୁଡ଼ିକ ଶରଧାବାଲି ଅଭିମୁଖେ ଯାତ୍ରା କରିଥିଲେ। ଆସନ୍ତାକାଲି (ଶନିବାର) ଶ୍ରୀଜିଉମାନଙ୍କର ପବିତ୍ର ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ଦୀର୍ଘ ୧୪ ଦିନ ପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଦର୍ଶନ କରିବେ ଶ୍ରଦ୍ଧାଳୁ

17 Jul 2026 By Madhusudan Das

ଶରଧାବାଲିରେ ପହଞ୍ଚିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ସମ୍ପନ୍ନ ହେଲା ପବିତ୍ର ଗୁଣ୍ଡିଚା ଯାତ୍ରା

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ । ଏହା ସହିତ ଚଳିତ ବର୍ଷର ପବିତ୍ର ଗୁଣ୍ଡିଚା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଛି। ଏହା ପୂର୍ବରୁ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଥିଲା। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିବା ସହ ଭକ୍ତମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ଲକ୍ଷାଧିକ ଭକ୍ତଙ୍କ 'ଜୟ ଜଗନ୍ନାଥ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ଶରଧାବାଲିରେ ମହାପ୍ରଭୁଙ୍କ ଅପୂର୍ବ ରୂପର ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । 

ଗୁରୁବାର ଅପରାହ୍ନରୁ ତିନି ରଥ ଟଣା ଆରମ୍ଭ ହୋଇଥିଲା। ତେବେ ପାରମ୍ପରିକ ସମୟ ସୀମା ଅତିକ୍ରମ କରିବାରୁ ସନ୍ଧ୍ୟାରେ ରଥଟଣାକୁ ସ୍ଥଗିତ ରଖାଯାଇଥିଲା। ଗୁରୁବାର ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ, ମା' ସୁଭଦ୍ରାଙ୍କ ଦର୍ପଦଳନ ମାର୍ଚ୍ଚିକୋଟ ଛକ ନିକଟରେ ଅଟକି ଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର ଅଳ୍ପ ଦୂର ଅତିକ୍ରମ କରିଥିଲା। ଶୁକ୍ରବାର ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ବଡ଼ଦାଣ୍ଡରେ ପୁଣିଥରେ ରଥଟଣା ଆରମ୍ଭ ହୋଇଥିଲା ଏବଂ ଭକ୍ତଙ୍କ ପ୍ରବଳ ଉତ୍ସାହରେ ରଥଗୁଡ଼ିକ ଶରଧାବାଲି ଅଭିମୁଖେ ଯାତ୍ରା କରିଥିଲେ। ଆସନ୍ତାକାଲି (ଶନିବାର) ଶ୍ରୀଜିଉମାନଙ୍କର ପବିତ୍ର ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର