ବ୍ୟାଟେରୀ ଚୋରି ଅଭିଯୋଗ: ଅନ୍ୟ ସାହିକୁ ଯିବାରୁ ନାବାଳକକୁ ଉଲଗ୍ନ କରି ମାଡ଼

Madhusudan Das Picture
Published On

କଟକ: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମଠସାହିରେ ତିନି ଦିନ ପୂର୍ବରୁ ଏକ ସମ୍ବେଦନୀଶୀଳ ଅପରାଧିକ ମାମଲା ଘଟିଛି। ଯାହା ଅତ୍ୟନ୍ତ ଅମାନୁଷିକ, ବର୍ବରତାର ସବୁ ସୀମା ଅତିକ୍ରମ କରିଛି। ସ୍ଥାନୀୟ ଥଟାରୀ ସାହିର ଜଣେ ନାବାଳକକୁ ସମ୍ପୂର୍ଣ୍ଣ ଭାବେ ଲଙ୍ଗଳା କରି ବାଉଁଶରେ ମାଡ଼ ମାରିବା ସହିତ ରାସ୍ତାରେ ଚଲାଇ ଚଲାଇ ଅଭିଯୁକ୍ତମାନେ ନେଇଥିଲେ। ଏହାପରେ ସେହି ଭିଡ଼ିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଭାଇରାଲ୍‌ କରି ଦେଇଥିଲେ। ଭୟରେ ସମ୍ପୃକ୍ତ ନାବାଳକ ଜଣକ ଘରେ କାହାକୁ କିଛି ନକହି ପୁରୀ ଚାଲିଯାଇଥିବା ବେଳେ ଆଜି ଘରକୁ ଫେରିବା ପରେ ଏହି ଘଟଣା ତାଙ୍କ ମା’ ଜାଣିବାକୁ ପାଇଥିଲେ। ଏହାପରେ ସେ ଥାନାରେ ୮ଜଣଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ମଠସାହିରେ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୭ଜଣ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Indian Idol Finalist: ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଫାଇନାଲିଷ୍ଟ ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳକଙ୍କ ଘର ଚାଉଳିଆଗଞ୍ଜର ଥଟାରୀ ସାହିରେ ହୋଇଥିବା ବେଳେ ତାଙ୍କ ସାଙ୍ଗମାନଙ୍କ ଘର ସ୍ଥାନୀୟ ମଠସାହିରେ। ଏହି କାରଣରୁ ପ୍ରତ୍ୟେକ ଦିନ ଖେଳିବା ପାଇଁ ନାବଳକ ଜଣକ ମଠସାହି ଯାଇଥାଆନ୍ତି। ଗତ ୧୫ଦିନ ହେବ ମଠସାହି ଅଞ୍ଚଳରେ ବ୍ୟାଟେରୀ ଚୋରି ହେଉଥିଲା। ସ୍ଥାନୀୟ ୭/୮ଜଣ ଯୁବକ ସମ୍ପୃକ୍ତ ନାବାଳକଙ୍କ ଉପରେ ଜୋରଜବରଦସ୍ତ ଚୋରି ଅଭିଯୋଗ ଲଦି ଦେଇଥିଲେ। ସେମାନେ କହିଥିଲେ ଯେ, ତୁ ବ୍ୟାଟେରୀ ଚୋରି କରୁଛୁ। ଏହାର ସିସି କ୍ୟାମେରା ଫୁଟେଜ୍‌ ରହିଛି। ଥାନାରେ ଏତଲା ଦିଆଯିବ। ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ନାବାଳକ ଜଣଙ୍କୁ ମଠସାହିକୁ ଆସିବାକୁ ବାରଣ କରାଯାଇଥିଲା। କିନ୍ତୁ ୩ଦିନ ପୂର୍ବରୁ ଏକଥାକୁ ନମାନି ନାବାଳକ ଜଣକ ଥଟାରୀ ସାହିରୁ ମଠସାହିକୁ ତାଙ୍କ ସାଙ୍ଗକୁ ଦେଖା କରିବାକୁ ଯାଇଥିଲେ। ଅପରାହ୍ଣ ସମୟରେ ୭/୮ଜଣ ଯୁବକ ନାବାଳକଙ୍କୁ ଏକ କ୍ୟାବିନ୍‌ ନିକଟକୁ ଡାକି ଛୁରୀ ଦେଖାଇଥିଲେ। ଏହାପରେ ତାଙ୍କ ପ୍ୟାଣ୍ଟ୍‌ ଓ ସାର୍ଟ ଖୋଲି ଉଲଗ୍ନ କରି ଦେଇଥିଲେ। ବାଉଁଶରେ ମାଡ଼ ମାରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ଏହି ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ପ୍ରଥମେ ଭାଇରାଲ୍‌ ହୋଇଥିଲା। ଏହାପରେ ପୀଡ଼ିତ ନାବାଳକଙ୍କ ମା’ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ଜୋନ୍‌ ଏସିପି ସୁଧାଂଶୁ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଏତଲାକୁ ପୁଲିସ ଗୁରୁତର ସହିତ ଗ୍ରହଣ କରିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନଙ୍କୁ ସମ୍ପୃକ୍ତି ରହିଛି, ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବ: ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା, ୬ ଜିଲ୍ଲାକୁ ସତର୍କ

18 Jul 2026 By Madhusudan Das

ବ୍ୟାଟେରୀ ଚୋରି ଅଭିଯୋଗ: ଅନ୍ୟ ସାହିକୁ ଯିବାରୁ ନାବାଳକକୁ ଉଲଗ୍ନ କରି ମାଡ଼

କଟକ: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମଠସାହିରେ ତିନି ଦିନ ପୂର୍ବରୁ ଏକ ସମ୍ବେଦନୀଶୀଳ ଅପରାଧିକ ମାମଲା ଘଟିଛି। ଯାହା ଅତ୍ୟନ୍ତ ଅମାନୁଷିକ, ବର୍ବରତାର ସବୁ ସୀମା ଅତିକ୍ରମ କରିଛି। ସ୍ଥାନୀୟ ଥଟାରୀ ସାହିର ଜଣେ ନାବାଳକକୁ ସମ୍ପୂର୍ଣ୍ଣ ଭାବେ ଲଙ୍ଗଳା କରି ବାଉଁଶରେ ମାଡ଼ ମାରିବା ସହିତ ରାସ୍ତାରେ ଚଲାଇ ଚଲାଇ ଅଭିଯୁକ୍ତମାନେ ନେଇଥିଲେ। ଏହାପରେ ସେହି ଭିଡ଼ିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଭାଇରାଲ୍‌ କରି ଦେଇଥିଲେ। ଭୟରେ ସମ୍ପୃକ୍ତ ନାବାଳକ ଜଣକ ଘରେ କାହାକୁ କିଛି ନକହି ପୁରୀ ଚାଲିଯାଇଥିବା ବେଳେ ଆଜି ଘରକୁ ଫେରିବା ପରେ ଏହି ଘଟଣା ତାଙ୍କ ମା’ ଜାଣିବାକୁ ପାଇଥିଲେ। ଏହାପରେ ସେ ଥାନାରେ ୮ଜଣଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ମଠସାହିରେ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୭ଜଣ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳକଙ୍କ ଘର ଚାଉଳିଆଗଞ୍ଜର ଥଟାରୀ ସାହିରେ ହୋଇଥିବା ବେଳେ ତାଙ୍କ ସାଙ୍ଗମାନଙ୍କ ଘର ସ୍ଥାନୀୟ ମଠସାହିରେ। ଏହି କାରଣରୁ ପ୍ରତ୍ୟେକ ଦିନ ଖେଳିବା ପାଇଁ ନାବଳକ ଜଣକ ମଠସାହି ଯାଇଥାଆନ୍ତି। ଗତ ୧୫ଦିନ ହେବ ମଠସାହି ଅଞ୍ଚଳରେ ବ୍ୟାଟେରୀ ଚୋରି ହେଉଥିଲା। ସ୍ଥାନୀୟ ୭/୮ଜଣ ଯୁବକ ସମ୍ପୃକ୍ତ ନାବାଳକଙ୍କ ଉପରେ ଜୋରଜବରଦସ୍ତ ଚୋରି ଅଭିଯୋଗ ଲଦି ଦେଇଥିଲେ। ସେମାନେ କହିଥିଲେ ଯେ, ତୁ ବ୍ୟାଟେରୀ ଚୋରି କରୁଛୁ। ଏହାର ସିସି କ୍ୟାମେରା ଫୁଟେଜ୍‌ ରହିଛି। ଥାନାରେ ଏତଲା ଦିଆଯିବ। ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ନାବାଳକ ଜଣଙ୍କୁ ମଠସାହିକୁ ଆସିବାକୁ ବାରଣ କରାଯାଇଥିଲା। କିନ୍ତୁ ୩ଦିନ ପୂର୍ବରୁ ଏକଥାକୁ ନମାନି ନାବାଳକ ଜଣକ ଥଟାରୀ ସାହିରୁ ମଠସାହିକୁ ତାଙ୍କ ସାଙ୍ଗକୁ ଦେଖା କରିବାକୁ ଯାଇଥିଲେ। ଅପରାହ୍ଣ ସମୟରେ ୭/୮ଜଣ ଯୁବକ ନାବାଳକଙ୍କୁ ଏକ କ୍ୟାବିନ୍‌ ନିକଟକୁ ଡାକି ଛୁରୀ ଦେଖାଇଥିଲେ। ଏହାପରେ ତାଙ୍କ ପ୍ୟାଣ୍ଟ୍‌ ଓ ସାର୍ଟ ଖୋଲି ଉଲଗ୍ନ କରି ଦେଇଥିଲେ। ବାଉଁଶରେ ମାଡ଼ ମାରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ଏହି ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ପ୍ରଥମେ ଭାଇରାଲ୍‌ ହୋଇଥିଲା। ଏହାପରେ ପୀଡ଼ିତ ନାବାଳକଙ୍କ ମା’ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ଜୋନ୍‌ ଏସିପି ସୁଧାଂଶୁ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଏତଲାକୁ ପୁଲିସ ଗୁରୁତର ସହିତ ଗ୍ରହଣ କରିଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନଙ୍କୁ ସମ୍ପୃକ୍ତି ରହିଛି, ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର