କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SoP, ଆଡମିଶନ ବେଳେ ଦେଇଥିବା ଟଙ୍କା ଫେରସ୍ତ ପାଇବେ ପିଲା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ମାଗଣା କେଜିରୁ ପିଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଓଡ଼ିଶା ସରକାର। ଏହି ଯୋଜନାର ସୁପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ଏଥିରେ ଯୋଗ୍ୟତା, ଫି' ଫେରସ୍ତ ପ୍ରକ୍ରିୟା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଆର୍ଥିକ ଅନଟନ କାରଣରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। କଲେଜଗୁଡ଼ିକ ଏହି ଯୋଜନା ଅଧୀନରେ ନିଜ ଇଚ୍ଛାରେ ଫି' ବୃଦ୍ଧି କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ଆଡମିଶନ ବେଳେ ଫି' ପ୍ରଦାନ କରିସାରିଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ। ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ / SAMS) ଜରିଆରେ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିଲା, ସେହି ଆକାଉଣ୍ଟକୁ ସିଧାସଳଖ ଟଙ୍କା ଫେରସ୍ତ କରାଯିବ। ସରକାରଙ୍କ ପକ୍ଷରୁ କଲେଜଗୁଡ଼ିକୁ କିସ୍ତି ଆକାରରେ ଅର୍ଥ ପ୍ରଦାନ କରାଯିବ। ଆଡମିଶନ ପରେ ୧୦%, ଦ୍ୱିତୀୟ କିସ୍ତିରେ ୧୫% ଏବଂ ଅବଶିଷ୍ଟ ଅର୍ଥ ତିନୋଟି କିସ୍ତିରେ ୨୫% ଲେଖାଏଁ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ରେଗୁଲାର୍ ସ୍ନାତକ (UG) କିମ୍ବା ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ନାମ ଲେଖାଇଥିବା ଆବଶ୍ୟକ। ନାମଲେଖା କିମ୍ବା ପୁନଃ-ନାମଲେଖା (re-admission) କରୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଯୋଗ୍ୟ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବନିମ୍ନ ୭୫% ରହିବା ବାଧ୍ୟତାମୂଳକ। ବିଶେଷ ପରିସ୍ଥିତିରେ ଏହାକୁ ୬୫% ପର୍ଯ୍ୟନ୍ତ କୋହଳ କରାଯାଇପାରିବ। ଏହି ମାନଦଣ୍ଡ ପୂରଣ କରୁନଥିବା ଛାତ୍ରଛାତ୍ରୀ ଯୋଜନାର ଲାଭ ପାଇବେ ନାହିଁ। ଶିକ୍ଷାନୁଷ୍ଠାନର ଆଡମିଶନ ଏବଂ ରି-ଆଡମିଶନ ଫି' ସରକାର ବହନ କରିବେ, କିନ୍ତୁ ପରୀକ୍ଷା ଫି' ଛାତ୍ରଛାତ୍ରୀଙ୍କୁ ନିଜେ ଦେବାକୁ ପଡ଼ିବ।

ଏହି ଯୋଜନାରେ ହଷ୍ଟେଲ ଫି' ସାମିଲ ନାହିଁ ବୋଲି ଏସଓପିରେ ସ୍ପଷ୍ଟ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚ ନିଜେ ବହନ କରିବାକୁ ପଡ଼ିବ। ଏହା ସହିତ ସମସ୍ତ ପ୍ରକାର ପ୍ରଫେସନାଲ୍ କୋର୍ସଗୁଡ଼ିକୁ ମଧ୍ୟ ଏହି ମାଗଣା ଶିକ୍ଷା ଯୋଜନାରୁ ବାଦ୍ ଦିଆଯାଇଛି।

ଫି' ବୃଦ୍ଧି ଉପରେ ସରକାର କଡ଼ା କଟକଣା ଲଗାଇଛନ୍ତି। ଜ୍ଞାନୋଦୟ ଯୋଜନା ଅଧୀନରେ ଆସୁଥିବା ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକ ନିୟମିତ ପାଠ୍ୟକ୍ରମ ପାଇଁ ଫି' ବୃଦ୍ଧି କରିପାରିବେ ନାହିଁ। କେବଳ ବିଶେଷ ପରିସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡ଼ିକ ଫି' ପରିବର୍ତ୍ତନ ପାଇଁ ଫି' ରେଗୁଲେସନ୍ କମିଟି ନିକଟରେ ପ୍ରସ୍ତାବ ଦେଇପାରିବେ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ ଏବଂ ସମସ୍ତଙ୍କ ପହଞ୍ଚରେ ରଖିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର