ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, FIR ରୁଜୁ କରିବ SCERT

Madhusudan Das Picture
Published On

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଦ୍ୟାଳୟ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଘଟଣାରେ ଏକ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ବିବାଦକୁ ନେଇ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ଅନୁସନ୍ଧାନ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏକ ଏଫଆଇଆର (FIR) ରୁଜୁ କରିବାକୁ ସେ ଏସସିଇଆରଟି (SCERT) ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କମିଟି ରିପୋର୍ଟ ଆସିବା ପରେ ତତ୍କାଳୀନ ଏସସିଇଆରଟି ନିର୍ଦ୍ଦେଶକ ଏବଂ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ହୋଇଥିବା ତ୍ରୁଟି ଅତ୍ୟନ୍ତ ଗୁରୁତର ଥିଲା ଏବଂ ଏଥିପାଇଁ ଅପରାଧିକ ଉତ୍ତରଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ। ଏହି ତଦନ୍ତର ମୂଳ ଲକ୍ଷ୍ୟ ହେଉଛି ଦୋଷୀମାନଙ୍କୁ ଚିହ୍ନଟ କରିବା ଏବଂ ତୁରନ୍ତ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିବା।

ଆହୁରି ପଢ଼ନ୍ତୁ: ହଙ୍ଗର ଷ୍ଟ୍ରାଇକରେ ବସିଲେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ; ଲୋୟର ପିଏମଜିରେ ଷଷ୍ଠ ଦିନରେ ଆନ୍ଦୋଳନ

11 Jul 2026 By Madhusudan Das

ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, FIR ରୁଜୁ କରିବ SCERT

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଦ୍ୟାଳୟ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଘଟଣାରେ ଏକ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟି ବିବାଦକୁ ନେଇ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ଅନୁସନ୍ଧାନ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏକ ଏଫଆଇଆର (FIR) ରୁଜୁ କରିବାକୁ ସେ ଏସସିଇଆରଟି (SCERT) ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କମିଟି ରିପୋର୍ଟ ଆସିବା ପରେ ତତ୍କାଳୀନ ଏସସିଇଆରଟି ନିର୍ଦ୍ଦେଶକ ଏବଂ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ହୋଇଥିବା ତ୍ରୁଟି ଅତ୍ୟନ୍ତ ଗୁରୁତର ଥିଲା ଏବଂ ଏଥିପାଇଁ ଅପରାଧିକ ଉତ୍ତରଦାୟିତ୍ୱ ସ୍ଥିର କରାଯିବା ଆବଶ୍ୟକ। ଏହି ତଦନ୍ତର ମୂଳ ଲକ୍ଷ୍ୟ ହେଉଛି ଦୋଷୀମାନଙ୍କୁ ଚିହ୍ନଟ କରିବା ଏବଂ ତୁରନ୍ତ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିବା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର