Indian Idol Finalist: ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଫାଇନାଲିଷ୍ଟ ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

Madhusudan Das Picture
Published On

ଭୁବନେଶ୍ୱର: ଲୋକପ୍ରିୟ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬'ର ଟପ୍-୫ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ ନାୟକ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ଏବଂ ସ୍ମରଣୀୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସୋ'ର ଗ୍ରାଣ୍ଡ୍ ଫିନାଲେ ପୂର୍ବରୁ ସେ ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ଜ୍ୟୋତିର୍ମୟୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ସେଠାରେ ତାଙ୍କ ପ୍ରଶଂସକ, ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କର ଏକ ବିରାଟ ଭିଡ଼ ଜମିଥିଲା। ପାରମ୍ପରିକ ବାଦ୍ୟ ଓ ଘଣ୍ଟର ତାଳେ ତାଳେ ତାଙ୍କୁ ଅତି ଉଷ୍ମ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରୁ ରସୁଲଗଡ଼ ଦେଇ ତାଙ୍କ ବାସଭବନ ପର୍ଯ୍ୟନ୍ତ ଏକ ବିରାଟ ରୋଡ୍ ସୋ'ର ଆୟୋଜନ କରାଯାଇଥିଲା, ଯେଉଁଥିରେ ଶତାଧିକ ପ୍ରଶଂସକ ସାମିଲ ହୋଇ ଜ୍ୟୋତିର୍ମୟୀଙ୍କ ଉତ୍ସାହ ବଢ଼ାଇଥିଲେ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ଜ୍ୟୋତିର୍ମୟୀଙ୍କର ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି। ନିଜର ସୁମଧୁର କଣ୍ଠସ୍ୱର ବ୍ୟତୀତ ଜ୍ୟୋତିର୍ମୟୀଙ୍କୁ ତାଙ୍କର ମହତ୍ କାର୍ଯ୍ୟ ପାଇଁ ମଧ୍ୟ ବେଶ୍ ପ୍ରଶଂସା ମିଳିଛି। ସେ କର୍କଟ (କ୍ୟାନ୍ସର) ରୋଗୀମାନଙ୍କୁ 'ମ୍ୟୁଜିକ୍ ଥେରାପି' ପ୍ରଦାନ କରି ସେମାନଙ୍କ ଜୀବନରେ ଆଶା ଓ ସାନ୍ତ୍ୱନାର ସଞ୍ଚାର କରିବାରେ ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି। ଏହି ଅନନ୍ୟ ପ୍ରୟାସ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କରିପାରିଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଜ୍ୟୋତିର୍ମୟୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ସହିତ ରହିଛି। ଜାତୀୟ ସ୍ତରର ଏହି ସମ୍ମାନଜନକ ମଞ୍ଚରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଓଡ଼ିଶା ପାଇଁ ଗୌରବ ଆଣିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଗ୍ରାଣ୍ଡ୍ ଫିନାଲେରେ ସେ ବିଜୟୀ ହୋଇ ଓଡ଼ିଶାର ଟେକ ରଖିବେ ବୋଲି ସମଗ୍ର ରାଜ୍ୟବାସୀ ଆଶା ବାନ୍ଧିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର