ବାଲେଶ୍ୱରରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଓ ବୃଦ୍ଧାଙ୍କ ମୃତ୍ୟୁ

Madhusudan Das Picture
Published On

ବାଲେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଜଣକ ଜୀବନ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଘଟିଛି ଏପରି ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଏବଂ ଜଣେ ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସ୍ଥାନୀୟ ଚାଷୀ ବାବୁଲି ଦାସ ଏବଂ ନିକଟସ୍ଥ ଗ୍ରାମର ବୃଦ୍ଧା ପାର୍ବତୀ ମୁଣ୍ଡା।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ବାବୁଲି ଦାସ ନିଜ ଧାନ କ୍ଷେତକୁ ବୁଲା ଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଏକ ଲୁହା ତାରର ବାଡ଼ ବୁଲାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେ ଏହି ତାରରେ ବିଦ୍ୟୁତ୍ ସଂଯୋଗ ମଧ୍ୟ କରିଥିଲେ। ତେବେ ଆଜି ସକାଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ସେ ଭୁଲବଶତଃ କ୍ଷେତକୁ ପଶିଯାଇଥିଲେ। ଫଳରେ ସେ ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛଟପଟ ହେବାକୁ ଲାଗିଥିଲେ। ତାଙ୍କୁ ଏପରି ଅବସ୍ଥାରେ ଦେଖି ପାଖରେ ରହୁଥିବା ପାର୍ବତୀ ମୁଣ୍ଡା ତାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣହାନି ଘଟିଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କାଟିବା ସହ ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ କ୍ଷେତରୁ ଉଦ୍ଧାର କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହଗୁଡ଼ିକୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର