ବାଲେଶ୍ୱରରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଓ ବୃଦ୍ଧାଙ୍କ ମୃତ୍ୟୁ

Madhusudan Das Picture
Published On

ବାଲେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଜଣକ ଜୀବନ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଘଟିଛି ଏପରି ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଏବଂ ଜଣେ ବୃଦ୍ଧାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସ୍ଥାନୀୟ ଚାଷୀ ବାବୁଲି ଦାସ ଏବଂ ନିକଟସ୍ଥ ଗ୍ରାମର ବୃଦ୍ଧା ପାର୍ବତୀ ମୁଣ୍ଡା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ବାବୁଲି ଦାସ ନିଜ ଧାନ କ୍ଷେତକୁ ବୁଲା ଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଏକ ଲୁହା ତାରର ବାଡ଼ ବୁଲାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେ ଏହି ତାରରେ ବିଦ୍ୟୁତ୍ ସଂଯୋଗ ମଧ୍ୟ କରିଥିଲେ। ତେବେ ଆଜି ସକାଳେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ସେ ଭୁଲବଶତଃ କ୍ଷେତକୁ ପଶିଯାଇଥିଲେ। ଫଳରେ ସେ ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛଟପଟ ହେବାକୁ ଲାଗିଥିଲେ। ତାଙ୍କୁ ଏପରି ଅବସ୍ଥାରେ ଦେଖି ପାଖରେ ରହୁଥିବା ପାର୍ବତୀ ମୁଣ୍ଡା ତାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣହାନି ଘଟିଥିଲା।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କାଟିବା ସହ ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ କ୍ଷେତରୁ ଉଦ୍ଧାର କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହଗୁଡ଼ିକୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର