ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜିଉ: ଗୁଣ୍ଡିଚା ମନ୍ଦିରରେ ହେବ ଗୋଟି ପହଣ୍ଡି

Madhusudan Das Picture
Published On

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା। ଶରଧାବାଲିରେ ନିଜ ନିଜର ଭବ୍ୟ ରଥ ଉପରେ ଥିବା ଦେବଦେବୀମାନଙ୍କୁ ସେବାୟତମାନେ ଗୋଟି ପହଣ୍ଡିରେ ମନ୍ଦିର ଭିତରକୁ ନେବେ। ପରମ୍ପରା ଅନୁଯାୟୀ, ଦେବଦେବୀମାନଙ୍କୁ ସେମାନଙ୍କର ଜନ୍ମସ୍ଥାନ ଭାବରେ ପରିଚିତ ଆଡ଼ପ ମଣ୍ଡପକୁ ନିଆଯିବ। ଆଜି ସନ୍ଧ୍ୟା ପ୍ରାୟ ୫ ପରେ ମହାପ୍ରଭୁଙ୍କର ଆଡ଼ପ ବିଜେ ନୀତି ଆରମ୍ଭ ହେବ। ନବଦିନାତ୍ମକ ରଥଯାତ୍ରା ଉତ୍ସବରେ ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ସପ୍ତାହେ ବ୍ୟାପୀ ଅବସ୍ଥାନ କରିବେ। 

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ କରିବା ସୂଚନା ରହିଛି । ମହାପ୍ରଭୁଙ୍କ ଆଡପ ବିଜେ ସରିବା ପରେ ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ସୂତ୍ରରୁ ପ୍ରକାଶ ଯେ, ରବିବାରଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା (ମହାପ୍ରସାଦ) ଉପଲବ୍ଧ ହେବ। ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ବିଜେ କରିଥିବା ଦେବଦେବୀଙ୍କ ଦର୍ଶନ ପାଇଁ ତୀର୍ଥ ନଗରୀ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର