ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା

Madhusudan Das Picture
Published On

ଭୁବନେଶ୍ୱର: ଆମରଣ ଅନଶନରେ ବସିଲେ ତିଖିରୀ ସରପଞ୍ଚ ଚାମେଲୀ ଓଝା । ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି ଚାମେଲୀ ଓଝା । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରି ଅନଶନ ଆରମ୍ଭ କରିଛନ୍ତି ଚାମେଲୀ । ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ଚାମେଲି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନାଯୋଗ୍ୟ, ଚାମେଲି ଓଝା ସରପଞ୍ଚ ଉନ୍ନୟନ କାର୍ଯ୍ୟ ବିଷୟରେ ବିଡିଓଙ୍କ ସହିତ ଆଲୋଚନା କରିବାକୁ ଆସିଥିବାବେଳେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ କିଛି ଲୋକ ଚାମେଲିଙ୍କ ମୋବାଇଲ ଛଡ଼ାଇବା ସହିତ ଗାଳିଗୁଲଜ କରିଥିଲେ  । ବିଡିଓ ଅଫିସ୍‌ରେ ତାଙ୍କ ଉପରେ  ଆକ୍ରମଣ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । 

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର