ଓଡ଼ିଶା ପାଇଁ ବଡ଼ ଖବର: ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମି ଏବଂ ବନ୍ଦର ସଂଯୋଗୀକରଣକୁ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ବୈଠକରେ ଓଡ଼ିଶାର ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ସହିତ ଝାଡ଼ଖଣ୍ଡର ରାଜଖରସୁଆଁରୁ ଡାଙ୍ଗୋଆପୋଷି ମଧ୍ୟରେ ଚତୁର୍ଥ ରେଳ ଲାଇନ୍ ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୋଟ୍ ୩,୯୦୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପୂର୍ବ ଭାରତର ଖଣିଜ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ଉଭୟ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନର ଦ୍ରୁତ ଯାତାୟାତରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ପାରାଦୀପ-ହରିଦାସପୁର ରେଳ ପ୍ରକଳ୍ପର ଦୋହରୀକରଣ ଓଡ଼ିଶାର ଅର୍ଥନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ରେଳପଥ ଦେଶର ଅନ୍ୟତମ ବ୍ୟସ୍ତବହୁଳ ପାରାଦୀପ ବନ୍ଦରକୁ ସଂଯୋଗ କରୁଛି। ଏହି ରୁଟ୍ ଦେଇ ବିଭିନ୍ନ ଖଣିଜ ସମ୍ପଦ ସମୃଦ୍ଧ ଅଞ୍ଚଳରୁ କୋଇଲା, ଲୁହାପଥର ଏବଂ ଅନ୍ୟାନ୍ୟ ସାମଗ୍ରୀ ଶିଳ୍ପାଞ୍ଚଳ ଓ ରପ୍ତାନି କେନ୍ଦ୍ରଗୁଡ଼ିକୁ ପରିବହନ କରାଯାଏ। ଏହି ଦ୍ୱିତୀୟ ଲାଇନ୍ ନିର୍ମାଣ ହେବା ଫଳରେ ବର୍ତ୍ତମାନର ରେଳପଥ ଉପରୁ ଚାପ ହ୍ରାସ ପାଇବା ସହ ମାଲ୍ ପରିବହନ ଅଧିକ ସହଜ ଓ ଦ୍ରୁତ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏହି ପ୍ରକଳ୍ପଗୁଡ଼ିକୁ ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ପରିକଳ୍ପନା କରାଯାଇଛି, ଯାହା ମଲ୍ଟିମୋଡାଲ୍ ସଂଯୋଗୀକରଣ ଏବଂ ପରିବହନ ଦକ୍ଷତାକୁ ବୃଦ୍ଧି କରିବ। ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଜିଲ୍ଲାରେ ବିସ୍ତାରିତ ଏହି ପ୍ରକଳ୍ପ ଦ୍ୱାରା ଭାରତୀୟ ରେଳ ନେଟୱର୍କରେ ପ୍ରାୟ ୧୪୫ କିଲୋମିଟର ନୂତନ ଲାଇନ୍ ଯୋଡ଼ିହେବ। ଏହା ଦ୍ୱାରା ପାଖାପାଖି ୧,୫୨୬ଟି ଗ୍ରାମର ପ୍ରାୟ ୧୪ ଲକ୍ଷ ଜନସାଧାରଣ ଉପକୃତ ହେବେ। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏବଂ ପରବର୍ତ୍ତୀ ସମୟରେ ଏହା ବ୍ୟାପକ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରିବ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏଥିସହିତ, ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲଳିତଗିରି ବୌଦ୍ଧ କୀର୍ତ୍ତିରାଜି, କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ଝାଡ଼ଖଣ୍ଡର ମେଘାହାତୁବୁରୁ ପାହାଡ଼କୁ ଯାତାୟାତ ପାଇଁ ରେଳ ସଂଯୋଗୀକରଣ ସୁଦୃଢ଼ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର