ଅବ୍ୟବସ୍ଥା ଘେରରେ ଏମ୍‌କେସିଜି ମେଡିକାଲ ରେଡିଓଲୋଜି ବିଭାଗ; ଏକ୍ସ-ରେ’ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ

Madhusudan Das Picture
Published On

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରେଡିଓଲୋଜି ବିଭାଗର ଅବ୍ୟବସ୍ଥା ନେଇ ରୋଗୀମାନଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି । ବିଶେଷ କରି ଏକ୍ସ-ରେ’ ପରୀକ୍ଷା ପାଇଁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହିବା ପରେ ମଧ୍ୟ ସେବା ପାଉନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ପରିବାରଲୋକ ଏକ୍ସ-‌ରେ’ ନିମନ୍ତେ ସକାଳୁ ଆସି ହସ୍ପିଟାଲକୁ ଧାଢ଼ିରେ ଛିଡ଼ା ହୋଇଥାନ୍ତି। ଦିନଭରି ଅପେକ୍ଷା କରିବା ସତ୍ତ୍ବେ ପରୀକ୍ଷା ହେଉନଥିବାରୁ ରୋଗୀମାନେ ନିରାଶ ହେଉଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଉପରେ ଦକ୍ଷିଣ ଓଡ଼ିଶାର ସମେତ ପଡେ଼ାଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବହୁ ସହରର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ଅନେକ ସମୟରେ ଡା‌କ୍ତର ଏକ୍ସ-ରେ’ କରିବାକୁ ପରାର୍ମଶ କରିଛନ୍ତି। ସେହି କ୍ରମରେ ରୋଗୀମାନେ ମେଡ଼ିକାଲ ପରିସରରେ ରହିଥିବା ରେଡିଓଲୋଜି ବିଭାଗକୁ ଯାଇଥା’ନ୍ତି। ବିଭାଗର କର୍ମଚାରୀମାନେ ସଠିକ୍‌ ଭାବରେ ସେବା ଯୋଗାଇବା ପରିବର୍ତ୍ତେ ମନମାନି ଭାବେ କାମ କରୁଥିବା ରୋଗୀ ଅଭିଯୋଗ କରିଛନ୍ତି। ଏଭଳି ଅବ୍ୟବସ୍ଥାରେ ବହୁ ବୃଦ୍ଧ ଓ ଗୁରୁତର ରୋଗୀମାନେ ସବୁଠାରୁ ବେଶି ପୀଡ଼ିତ ହେଉଛନ୍ତି। ଲମ୍ୱା ସମୟ ଧରି ଧା‌ଡ଼ି ରହିବା ଓ ଅସୁବିଧାରେ ଅପେକ୍ଷା କରିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବା ଦେଖାଯାଉଛି। ନିର୍ଦ୍ଧାରିତ ୧.୩୦ମିନିଟ ରୁ ୨.୩୦ମିନିଟ ପରିବର୍ତ୍ତେ କର୍ମଚାରୀମାନେ ୨ ଘଣ୍ଟାରୁ ଅଧିକ ସମୟ ବିରତି ନେଉଥିବାରୁ ରୋଗୀମାନେ ଅଧିକ କଷ୍ଟ ପାଉଛନ୍ତି। ଦୂର ଅଞ୍ଚଳରୁ ଆସୁଥିବା ରୋଗୀମାନେ ଅତିରିକ୍ତ ଖର୍ଚ୍ଚ ସହ ଆଉ ଗୋଟିଏ ଦିନ ରହିବାକୁ ବାଧ୍ୟ ହେଉଛନ୍ତି। 

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଏହାସହିତ କିଛି କର୍ମଚାରୀଙ୍କ ଅସଦ୍‌ ବ୍ୟବହାର ଓ ଅନଭିଜ୍ଞ ନର୍ସମାନଙ୍କ ପକ୍ଷରୁ ସଠିକ୍‌ ପରାମର୍ଶ ମିଳୁନଥିବା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନି ଗୟା ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତିରେ ମେଡ଼ିକାଲ୍‌ ଅଧୀକ୍ଷକଙ୍କ ନିୟନ୍ତ୍ରଣ ଓ ପରିଚାଳନା ଉପରେ ସେ ପ୍ରଶ୍ନ ଉଠୁଛି। ମଧ୍ୟାହ୍ନ ବିରତି ନାମରେ ରୋଗୀମାନଙ୍କୁ ଅସୁବିଧାରେ ପକାଇବା ଯୁକ୍ତିଯୁକ୍ତ ନୁହେଁ। ବିଭିନ୍ନ ବିଭାଗରେ ପାଳି ଅର୍ଥାତ୍‌ ଏକା ସଂଙ୍ଗେ ସମସ୍ତ କର୍ମଚାରୀ  ମଧ୍ୟାହ୍ନ ବିରତି ନନେଇ ଅଧା ଅଧା କର୍ମଚାରୀ ବିରତି ନେବା ସହ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ କାର୍ଯ୍ୟ ସମୟ ସମସ୍ତ ବିଭାଗର ସୂଚନା ଫଳକରେ ସ୍ପଷ୍ଟ ଭାବେ ଦର୍ଶାଇବାକୁ ସେ ଦାବି କରିଛନ୍ତି। ଏହି ସମସ୍ୟା ଉପରେ ଶୀଘ୍ର ଧ୍ୟାନ ଦେଇ ରେଡିଓଲୋଜି ବିଭାଗରେ ସୁଚାରୁ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। 

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

04 Apr 2026 By Madhusudan Das

ଅବ୍ୟବସ୍ଥା ଘେରରେ ଏମ୍‌କେସିଜି ମେଡିକାଲ ରେଡିଓଲୋଜି ବିଭାଗ; ଏକ୍ସ-ରେ’ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରେଡିଓଲୋଜି ବିଭାଗର ଅବ୍ୟବସ୍ଥା ନେଇ ରୋଗୀମାନଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି । ବିଶେଷ କରି ଏକ୍ସ-ରେ’ ପରୀକ୍ଷା ପାଇଁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହିବା ପରେ ମଧ୍ୟ ସେବା ପାଉନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ପରିବାରଲୋକ ଏକ୍ସ-‌ରେ’ ନିମନ୍ତେ ସକାଳୁ ଆସି ହସ୍ପିଟାଲକୁ ଧାଢ଼ିରେ ଛିଡ଼ା ହୋଇଥାନ୍ତି। ଦିନଭରି ଅପେକ୍ଷା କରିବା ସତ୍ତ୍ବେ ପରୀକ୍ଷା ହେଉନଥିବାରୁ ରୋଗୀମାନେ ନିରାଶ ହେଉଛନ୍ତି। 

ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଉପରେ ଦକ୍ଷିଣ ଓଡ଼ିଶାର ସମେତ ପଡେ଼ାଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବହୁ ସହରର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ଅନେକ ସମୟରେ ଡା‌କ୍ତର ଏକ୍ସ-ରେ’ କରିବାକୁ ପରାର୍ମଶ କରିଛନ୍ତି। ସେହି କ୍ରମରେ ରୋଗୀମାନେ ମେଡ଼ିକାଲ ପରିସରରେ ରହିଥିବା ରେଡିଓଲୋଜି ବିଭାଗକୁ ଯାଇଥା’ନ୍ତି। ବିଭାଗର କର୍ମଚାରୀମାନେ ସଠିକ୍‌ ଭାବରେ ସେବା ଯୋଗାଇବା ପରିବର୍ତ୍ତେ ମନମାନି ଭାବେ କାମ କରୁଥିବା ରୋଗୀ ଅଭିଯୋଗ କରିଛନ୍ତି। ଏଭଳି ଅବ୍ୟବସ୍ଥାରେ ବହୁ ବୃଦ୍ଧ ଓ ଗୁରୁତର ରୋଗୀମାନେ ସବୁଠାରୁ ବେଶି ପୀଡ଼ିତ ହେଉଛନ୍ତି। ଲମ୍ୱା ସମୟ ଧରି ଧା‌ଡ଼ି ରହିବା ଓ ଅସୁବିଧାରେ ଅପେକ୍ଷା କରିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବା ଦେଖାଯାଉଛି। ନିର୍ଦ୍ଧାରିତ ୧.୩୦ମିନିଟ ରୁ ୨.୩୦ମିନିଟ ପରିବର୍ତ୍ତେ କର୍ମଚାରୀମାନେ ୨ ଘଣ୍ଟାରୁ ଅଧିକ ସମୟ ବିରତି ନେଉଥିବାରୁ ରୋଗୀମାନେ ଅଧିକ କଷ୍ଟ ପାଉଛନ୍ତି। ଦୂର ଅଞ୍ଚଳରୁ ଆସୁଥିବା ରୋଗୀମାନେ ଅତିରିକ୍ତ ଖର୍ଚ୍ଚ ସହ ଆଉ ଗୋଟିଏ ଦିନ ରହିବାକୁ ବାଧ୍ୟ ହେଉଛନ୍ତି। 

ଏହାସହିତ କିଛି କର୍ମଚାରୀଙ୍କ ଅସଦ୍‌ ବ୍ୟବହାର ଓ ଅନଭିଜ୍ଞ ନର୍ସମାନଙ୍କ ପକ୍ଷରୁ ସଠିକ୍‌ ପରାମର୍ଶ ମିଳୁନଥିବା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନି ଗୟା ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତିରେ ମେଡ଼ିକାଲ୍‌ ଅଧୀକ୍ଷକଙ୍କ ନିୟନ୍ତ୍ରଣ ଓ ପରିଚାଳନା ଉପରେ ସେ ପ୍ରଶ୍ନ ଉଠୁଛି। ମଧ୍ୟାହ୍ନ ବିରତି ନାମରେ ରୋଗୀମାନଙ୍କୁ ଅସୁବିଧାରେ ପକାଇବା ଯୁକ୍ତିଯୁକ୍ତ ନୁହେଁ। ବିଭିନ୍ନ ବିଭାଗରେ ପାଳି ଅର୍ଥାତ୍‌ ଏକା ସଂଙ୍ଗେ ସମସ୍ତ କର୍ମଚାରୀ  ମଧ୍ୟାହ୍ନ ବିରତି ନନେଇ ଅଧା ଅଧା କର୍ମଚାରୀ ବିରତି ନେବା ସହ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ କାର୍ଯ୍ୟ ସମୟ ସମସ୍ତ ବିଭାଗର ସୂଚନା ଫଳକରେ ସ୍ପଷ୍ଟ ଭାବେ ଦର୍ଶାଇବାକୁ ସେ ଦାବି କରିଛନ୍ତି। ଏହି ସମସ୍ୟା ଉପରେ ଶୀଘ୍ର ଧ୍ୟାନ ଦେଇ ରେଡିଓଲୋଜି ବିଭାଗରେ ସୁଚାରୁ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର