ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପକ୍ଷରୁ ଶିକ୍ଷଣୀୟ ଭ୍ରମଣ: ଖଣ୍ଡଗିରି, ଗାନ୍ଧୀ ଶାନ୍ତି କେନ୍ଦ୍ର ଓ ସାଇନ୍ସ ପାର୍କ ବୁଲି ଦେଖିଲେ ଛାତ୍ରଛାତ୍ରୀ

Sakala Desk Picture
Published On

ଭୁବନେଶ୍ୱର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦୁଇଦିନିଆ ଶିକ୍ଷଣୀୟ ଭ୍ରମଣ (ଏଡୁକେସନାଲ ଟ୍ରିପ) ସଫଳତାର ସହ ଆୟୋଜିତ ହୋଇଯାଇଛି। ଗତ ୧୨.୧୨.୨୦୨୫ ଓ ୧୩.୧୨.୨୦୨୫ ଦୁଇଦିନ ଧରି ଅନୁଷ୍ଠିତ ଏହିIMG-20251213-WA0045 କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯାତ୍ରା ପିଲାମାନଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

IMG-20251213-WA0050

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଓଡ଼ିଶାର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଜୈନ ସନ୍ନ୍ୟାସୀମାନଙ୍କ ସାଧନା ଓ ରହଣି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପିଲାମାନଙ୍କୁ ଅବଗତ କରାଯାଇଥିଲା। ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ର (Gandhi Peace Center)ର ଡିଜିଟାଲ ସଂଗ୍ରହାଳୟ ବୁଲି ଦେଖିବା ସହ ପିଲାମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବା ସାଇନ୍ସ ପାର୍କ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଏହି ୮ ଏକର ପରିମିତ ପାର୍କରେ ପିଲାମାନେ ବିଭିନ୍ନ ଇଣ୍ଟରାକ୍ଟିଭ୍ ବିଜ୍ଞାନ ମଡେଲ ଓ ପ୍ରାଚୀନ ଜୀବଜନ୍ତୁ ପାର୍କ ଦେଖି ବେଶ୍ ଖୁସି ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରାଯାଇଥିଲା। କେବଳ ଶିକ୍ଷା ନୁହେଁ, ପିଲାମାନେ ଗୀତ, ନୃତ୍ୟ ଓ ଖେଳକୁଦ ମାଧ୍ୟମରେ ଏହି ଭ୍ରମଣକୁ ଉପଭୋଗ କରିଥିଲେ। ସନ୍ଧ୍ୟାରେ ସମସ୍ତେ ସୁରକ୍ଷିତ ଭାବେ ଫେରିବା ସହ ଏକ ସ୍ମରଣୀୟ ଅନୁଭୂତି ସାଉଁଟିଥିଲେ।

13 Dec 2025 By Sakala Desk

ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପକ୍ଷରୁ ଶିକ୍ଷଣୀୟ ଭ୍ରମଣ: ଖଣ୍ଡଗିରି, ଗାନ୍ଧୀ ଶାନ୍ତି କେନ୍ଦ୍ର ଓ ସାଇନ୍ସ ପାର୍କ ବୁଲି ଦେଖିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦୁଇଦିନିଆ ଶିକ୍ଷଣୀୟ ଭ୍ରମଣ (ଏଡୁକେସନାଲ ଟ୍ରିପ) ସଫଳତାର ସହ ଆୟୋଜିତ ହୋଇଯାଇଛି। ଗତ ୧୨.୧୨.୨୦୨୫ ଓ ୧୩.୧୨.୨୦୨୫ ଦୁଇଦିନ ଧରି ଅନୁଷ୍ଠିତ ଏହିIMG-20251213-WA0045 କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯାତ୍ରା ପିଲାମାନଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା।

IMG-20251213-WA0050

ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଓଡ଼ିଶାର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଜୈନ ସନ୍ନ୍ୟାସୀମାନଙ୍କ ସାଧନା ଓ ରହଣି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପିଲାମାନଙ୍କୁ ଅବଗତ କରାଯାଇଥିଲା। ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ର (Gandhi Peace Center)ର ଡିଜିଟାଲ ସଂଗ୍ରହାଳୟ ବୁଲି ଦେଖିବା ସହ ପିଲାମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବା ସାଇନ୍ସ ପାର୍କ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଏହି ୮ ଏକର ପରିମିତ ପାର୍କରେ ପିଲାମାନେ ବିଭିନ୍ନ ଇଣ୍ଟରାକ୍ଟିଭ୍ ବିଜ୍ଞାନ ମଡେଲ ଓ ପ୍ରାଚୀନ ଜୀବଜନ୍ତୁ ପାର୍କ ଦେଖି ବେଶ୍ ଖୁସି ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରାଯାଇଥିଲା। କେବଳ ଶିକ୍ଷା ନୁହେଁ, ପିଲାମାନେ ଗୀତ, ନୃତ୍ୟ ଓ ଖେଳକୁଦ ମାଧ୍ୟମରେ ଏହି ଭ୍ରମଣକୁ ଉପଭୋଗ କରିଥିଲେ। ସନ୍ଧ୍ୟାରେ ସମସ୍ତେ ସୁରକ୍ଷିତ ଭାବେ ଫେରିବା ସହ ଏକ ସ୍ମରଣୀୟ ଅନୁଭୂତି ସାଉଁଟିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର