ରାଜଧାନୀର ୨୧ ରାସ୍ତାରେ ପାର୍କିଂ କଟକଣା: ନ ମାନିଲେ ଗାଡ଼ି ଉଠାଇନେବ ପୁଲିସ, ଜାଣନ୍ତୁ କେଉଁ କେଉଁ ରାସ୍ତାରେ ଯାନବାହନ ପାର୍କିଂ ନିଷେଧ

ଭରିବେ ଜରିମାନା ସହ କ୍ରେନ୍‌‌ ଚାର୍ଜ

Deviprasad Mohanty Picture
Published On

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସମସ୍ୟା ଯେତିକି ଜଟିଳ ହେଉଥିବା ବେଳେ ବେଆଇନ ପାର୍କିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟ୍ରାଫିକ ପୁଲିସ ପକ୍ଷରୁ ଧରପଗଡ଼ କରାଯାଉଥିଲେ ମଧ୍ୟ ଚେତୁନାହାନ୍ତି ଅମାନିଆ। ଯୋଉଠି ପାରୁଛନ୍ତି ସେଇଠି ଗାଡ଼ି ପାର୍କିଂ କରୁଛନ୍ତି। ବେଆଇନ୍‌‌ ପାର୍କିଂ ଯୋଗୁଁଁ ରାସ୍ତା ସଙ୍କୁଚିତ ହେବା ସହିତ ଦୁର୍ଘଟଣା ଘଟୁଛି। କାହାରି ଜୀବନ ଯାଉଛି ତ ଆଉ କେହି ସାରା ଜୀବନ ପଙ୍ଗୁ ହୋଇଯାଉଛି। ତେବେ ଏହି ବେଆଇନ ପାର୍କିଂରେ ରୋକ୍‌‌ ଲଗାଇବାକୁ ପଦକ୍ଷେପ ନେଇଛି କମିସନରେଟ ପୁଲିସ। ଓଡ଼ିଶା ଅର୍ବାନ୍‌‌ ପୁଲିସ ଆକ୍ଟ ୨୮ ଓ ୨୯ ଅନୁଯାୟୀ ରାଜଧାନୀର ୨୧ଟି ପ୍ରମୁଖ ରାସ୍ତାରେ ବେଆଇନ୍‌‌ ପାର୍କିଂକୁ ନିଷିଦ୍ଧ ଘୋଷଣା କରାଯାଇଛି। ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ଯାନବାହାନ ଯାତାୟାତ ବୃଦ୍ଧି ସହିତ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ କମିସନର ଡଃ ସୁରେଶ ଦେବଦତ୍ତ ସିଂ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନିୟମ ନ ମାନିଲେ ଗାଡ଼ି ଗୁଡ଼ିକ କ୍‌‌ରେନ ଦ୍ୱାରା ଉଠାଇ ନିଆଯିବ ବୋଲି ଚେତାବନୀ ଦେଇଛି ପୁଲିସ। ଗାଡ଼ି ମୁକୁଳାଇବାକୁ ଜରିମାନା ସହ କ୍‌‌ରେନ୍‌‌ ବାବଦ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ପୁଲିସ କହିଛି। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି: ୬ଟି ଦକ୍ଷିଣ ଜିଲ୍ଲାରେ ରେସକ୍ୟୁ ଟିମ୍ ମୁତୟନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର