ଏବର୍ଷ ବି କରୋନା ପାଇଁ ବୋଲବମ୍ ଯାତ୍ରା ଉପରେ ଲାଗିଲା କଟକଣା

The Sakala Picture
Published On

ଭୁବନେଶ୍ବର: ମହାମାରୀ କରୋନା ପାଇଁ ପୂର୍ବ ବର୍ଷପରି ଏଥର ମଧ୍ଯ ବନ୍ଦ ରହିବ ବୋଲବମ୍‌ ଯାତ୍ରା। କରୋନା ସଂକ୍ରମଣକୁ ରୋକିବା ପାଇଁ  ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପିତ୍ତି ନେଇଛନ୍ତି। ଶ୍ରାବଣ ମାସରେ ଲୋକମାନେ ଶନିବାର , ରବିବାର, ସୋମବାର ବିଭିନ୍ନ ନଦୀରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ରାଜ୍ୟର ହଜାର ହଜାର କାଉଡିଆ ବିଭିନ୍ନ ସ୍ଥାନରୁ ଜଳ ନେଇ ଖାଲି ପାଦରେ ମାଇଲ୍ ମାଇଲ୍ ଚାଲି […]

ଭୁବନେଶ୍ବର: ମହାମାରୀ କରୋନା ପାଇଁ ପୂର୍ବ ବର୍ଷପରି ଏଥର ମଧ୍ଯ ବନ୍ଦ ରହିବ ବୋଲବମ୍‌ ଯାତ୍ରା। କରୋନା ସଂକ୍ରମଣକୁ ରୋକିବା ପାଇଁ  ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପିତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଶ୍ରାବଣ ମାସରେ ଲୋକମାନେ ଶନିବାର , ରବିବାର, ସୋମବାର ବିଭିନ୍ନ ନଦୀରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ରାଜ୍ୟର ହଜାର ହଜାର କାଉଡିଆ ବିଭିନ୍ନ ସ୍ଥାନରୁ ଜଳ ନେଇ ଖାଲି ପାଦରେ ମାଇଲ୍ ମାଇଲ୍ ଚାଲି ଶିବ ମନ୍ଦିରରେ ପାଣି ଢାଳନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି।  କରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବୋଲବମ୍‌ ଭକ୍ତଙ୍କ ଜଳ ସଂଗ୍ରହ, ପଥ ଭ୍ରମଣ ଓ ଜଳଲାଗି ଉପରେ କଟକଣା ଲଗାଇଯାଇଛି । ଶ୍ରାବଣ ମାସରେ ଶୈବପୀଠରେ ଭକ୍ତଙ୍କ ଭିଡ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସମସ୍ତ ଜନସାଧାରଣ ସରକାରଙ୍କ ଏହି ନିର୍ଦେଶକୁ ମାନିବେ ଏବଂ କରୋନା ସଂକ୍ରମଣରୁ ମୁକ୍ତ ରହିବେ । ଏଥି ସହିତ ଏହି ନିର୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

13 Jul 2021 By The Sakala

ଏବର୍ଷ ବି କରୋନା ପାଇଁ ବୋଲବମ୍ ଯାତ୍ରା ଉପରେ ଲାଗିଲା କଟକଣା

ଭୁବନେଶ୍ବର: ମହାମାରୀ କରୋନା ପାଇଁ ପୂର୍ବ ବର୍ଷପରି ଏଥର ମଧ୍ଯ ବନ୍ଦ ରହିବ ବୋଲବମ୍‌ ଯାତ୍ରା। କରୋନା ସଂକ୍ରମଣକୁ ରୋକିବା ପାଇଁ  ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପିତ୍ତି ନେଇଛନ୍ତି।

ଶ୍ରାବଣ ମାସରେ ଲୋକମାନେ ଶନିବାର , ରବିବାର, ସୋମବାର ବିଭିନ୍ନ ନଦୀରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ରାଜ୍ୟର ହଜାର ହଜାର କାଉଡିଆ ବିଭିନ୍ନ ସ୍ଥାନରୁ ଜଳ ନେଇ ଖାଲି ପାଦରେ ମାଇଲ୍ ମାଇଲ୍ ଚାଲି ଶିବ ମନ୍ଦିରରେ ପାଣି ଢାଳନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି।  କରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବୋଲବମ୍‌ ଭକ୍ତଙ୍କ ଜଳ ସଂଗ୍ରହ, ପଥ ଭ୍ରମଣ ଓ ଜଳଲାଗି ଉପରେ କଟକଣା ଲଗାଇଯାଇଛି । ଶ୍ରାବଣ ମାସରେ ଶୈବପୀଠରେ ଭକ୍ତଙ୍କ ଭିଡ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସମସ୍ତ ଜନସାଧାରଣ ସରକାରଙ୍କ ଏହି ନିର୍ଦେଶକୁ ମାନିବେ ଏବଂ କରୋନା ସଂକ୍ରମଣରୁ ମୁକ୍ତ ରହିବେ । ଏଥି ସହିତ ଏହି ନିର୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର