ଆଳୁ ସଙ୍କଟକୁ ନେଇ ତାତିଲେ ସାମାଜିକ ସଂଗଠନ, ଅଟକାଇଲେ ଓଡ଼ିଶା ଦେଇ ଯାଉଥିବା ପଶ୍ଚିମବଙ୍ଗର ଖାଦ୍ୟସାମଗ୍ରୀ ଗାଡ଼ି

The Sakala Picture
Published On

ଚୌଦ୍ୱାର: ଦିନକୁ ଦିନ ଆଳୁ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ରକେଟ୍‌‌ ବେଗରେ ମୂଲ୍ୟ ବଢ଼଼ୁଥିବାବେଳେ ଅନ୍ୟପଟେ ରାଜ୍ୟକୁ ଆମଦାନୀ ସ୍ୱାଭାବିକ ହୋଇପାରୁନି। ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଗରିବଙ୍କଠାରୁ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟନ୍ତ ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ଏହି ଆଳୁ ସଂକଟକୁ ନେଇ ଆଜି ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବା ପ୍ରସଙ୍ଗରେ କଟକ ଜିଲ୍ଲା ମଙ୍ଗୁଳି ଛକରେ […]

ଚୌଦ୍ୱାର: ଦିନକୁ ଦିନ ଆଳୁ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ରକେଟ୍‌‌ ବେଗରେ ମୂଲ୍ୟ ବଢ଼଼ୁଥିବାବେଳେ ଅନ୍ୟପଟେ ରାଜ୍ୟକୁ ଆମଦାନୀ ସ୍ୱାଭାବିକ ହୋଇପାରୁନି। ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଗରିବଙ୍କଠାରୁ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟନ୍ତ ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ଏହି ଆଳୁ ସଂକଟକୁ ନେଇ ଆଜି ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବା ପ୍ରସଙ୍ଗରେ କଟକ ଜିଲ୍ଲା ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟସାମଗ୍ରୀ ଗାଡ଼ି ଅଟକାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ପର୍ଯ୍ୟାପ୍ତ ଆଳୁ ନ ଛାଡ଼ିବା ପ୍ରତିବାଦରେ ଜୋରଦାର ବିକ୍ଷୋଭ କରିଛନ୍ତି। ଏନ୍‌ଏଚ୍‌ ୧୬ ମଙ୍ଗୁଳି ଛକରେ ଅଟକି ରହିଛି ବହୁ ଖାଦ୍ୟସାମଗ୍ରୀ ଗାଡ଼ି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ସୀମାନ୍ତ ରାସ୍ତା ଦେଇ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକକୁ ଅଟକାଇବା ପାଇଁ ଜଗି ବସିଛି ପଶ୍ଚିମବଙ୍ଗ ପୁଲିସ। ଗତ ବୁଧବାର ବିଳମ୍ୱିତ ରାତିରେ ପଶ୍ଚିମବଙ୍ଗ ସୀମାର ଏକ ଗଳା ବାଟ ଗୋମୁଣ୍ଡାରୁ ଭୋଗରାଇ ବ୍ଲକର ବାଲିମ ରାସ୍ତା ଦେଇ ଏକ ଆଳୁ ବୋଝେଇ ଟ୍ରକ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୁଲିସ୍‌ ଗାଡ଼ି ପଛରେ ଗୋଡ଼େଇ ଥିଲା। ଗାଡ଼ିଟି ଦ୍ରୁତ ଗତିରେ ଓଡ଼ିଶା ଭିତରକୁ ମାତ୍ର ପାଞ୍ଚଶହ ମିଟର ଆସିବା ପରେ କମର୍ଦ୍ଦା ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁ ନିକଟରେ ରାସ୍ତା ପାର୍ଶ୍ବରେ ଭାରସାମ୍ୟ ହରାଇ ଅଟକି ଯାଇଥିଲା। ସେହି ସମୟରେ ପଶ୍ଚିମବଙ୍ଗ ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଗାଡିରେ ଥିବା ଆଳୁକୁ ପଶ୍ଚିମବଙ୍ଗର ମୋହନପୁର ଥାନାକୁ ନେଇ ଯାଇଥିବାର ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି ଉପରେ କଟକଣା ଜାରି କରିଛନ୍ତି। ସେଥିପାଇଁ ଜଳେଶ୍ୱର ଲକ୍ଷଣନାଥ ଗେଟ୍‌‌ ଓ ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ବ୍ଲକର ଉଦୟପୁର ଠାରେ ଥିବା ଚେକ୍‌ଗେଟ୍‌ ନିକଟରେ ପଶ୍ଚିମବଙ୍ଗ ପୁଲିସ୍‌ ଦିବା ରାତ୍ରି ଜଗି ବସିଛି। ମାତ୍ର ଏଭଳି କଟକଣା ପରେ ମଧ୍ୟ ଦୁଇ ରାଜ୍ୟର ସୀମାନ୍ତରେ ଥିବା ଗଳା ବାଟ ଦେଇ ଆଳୁ ଗାଡ଼ି ଆସି ଓଡ଼ିଶାର ବିଭିନ୍ନ ସହରକୁ ଯାଉଥିଲା। ଏବେ ପଶ୍ଚିମବଙ୍ଗ ସରକାର ସେହି ଗଳା ବାଟ ଦେଇ ଆସୁଥିବା ସମସ୍ତ ଆଳୁ ଗାଡ଼ିକୁ ମଧ୍ୟ ଗୋଡାଇ ଗୋଡ଼ାଇ ଧରି ପୁଣି ପଶ୍ଚିମବଙ୍ଗକୁ ନେଇଯିବାର ଦେଖିବାକୁ ମିଳିଛି। ଏଥିପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଇତ୍ୟାଦି ସୀମାନ୍ତ ଅଞ୍ଚଳରେ ଆଳୁ ଦାମ୍‌‌ ଆକାଶଛୁଆଁ ହେବାକୁ ଲାଗିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର