ଆଜିଠୁ କଂକ୍ରିଟ ବ୍ରିଜ ଦେଇ ବାବା ଧବଳେଶ୍ବରଙ୍କ ଦର୍ଶନ କରିବାକୁ ଯାଇପାରିବେ ଶ୍ରଦ୍ଧାଳୁ

The Sakala Picture
Published On

କଟକ: ଆଜିଠାରୁ ବାବା ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ । କଂକ୍ରିଟ ବ୍ରିଜ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ଫଳରେ ଆଉ ଧବଳେଶ୍ବରପୀଠକୁ ଯିବାରେ ହେବନି ସମସ୍ୟା । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ଖୋଲୁଛି । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବ୍ରିଜ କାର୍ଯ୍ୟ ପ୍ରାୟ ଶେଷ […]

କଟକ: ଆଜିଠାରୁ ବାବା ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ । କଂକ୍ରିଟ ବ୍ରିଜ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ଫଳରେ ଆଉ ଧବଳେଶ୍ବରପୀଠକୁ ଯିବାରେ ହେବନି ସମସ୍ୟା । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ଖୋଲୁଛି । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବ୍ରିଜ କାର୍ଯ୍ୟ ପ୍ରାୟ ଶେଷ ହୋଇଥିଲେ ମଧ୍ୟ ଉଦଘାଟିତ ହୋଇନାହିଁ । ତଥାପି ଭକ୍ତଙ୍କୁ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଏବେ କଂକ୍ରିଟ୍ ସେତୁ ଦେଇ ଧବଳେଶ୍ୱର ପୀଠକୁ ଯିବେ ଶ୍ରଦ୍ଧାଳୁ । ସେତୁରେ ରଙ୍ଗ ଲଗାଯିବା ସହ ଆପ୍ରୋଚ ରୋଡ୍ ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ ମଧ୍ୟ ନିର୍ମାଣ କରାଯାଇଛି । ଏବେ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ସମୟରେ ହଜାର ହଜାର କାଉଡ଼ିଆ ବାବାଙ୍କ ଉପରେ ପାଣି ଢାଳିବାକୁ ମାନସିକ ରଖିଥାନ୍ତି । ଏଣୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେତୁରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଅନୁମତି ଦିଆଯାଇଛି । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତୀ ସମୟରେ ଏହାର ଲୋକାର୍ପଣ କରାଯିବ । ପୂର୍ବରୁ ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା । ଜାନୁଆରୀ ୧୧ ତାରିଖରୁ ମହାନଦୀ ଭିତରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ଗତ ୩୦ ତାରିଖରେ ମହାନଦୀରେ ପାଣିଆସିବାରୁ ତାହା ଭାସିଯାଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

05 Jul 2023 By The Sakala

ଆଜିଠୁ କଂକ୍ରିଟ ବ୍ରିଜ ଦେଇ ବାବା ଧବଳେଶ୍ବରଙ୍କ ଦର୍ଶନ କରିବାକୁ ଯାଇପାରିବେ ଶ୍ରଦ୍ଧାଳୁ

କଟକ: ଆଜିଠାରୁ ବାବା ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ । କଂକ୍ରିଟ ବ୍ରିଜ ଦେଇ ବାବାଙ୍କୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ଫଳରେ ଆଉ ଧବଳେଶ୍ବରପୀଠକୁ ଯିବାରେ ହେବନି ସମସ୍ୟା । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ଖୋଲୁଛି । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ବ୍ରିଜ କାର୍ଯ୍ୟ ପ୍ରାୟ ଶେଷ ହୋଇଥିଲେ ମଧ୍ୟ ଉଦଘାଟିତ ହୋଇନାହିଁ । ତଥାପି ଭକ୍ତଙ୍କୁ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ଏବେ କଂକ୍ରିଟ୍ ସେତୁ ଦେଇ ଧବଳେଶ୍ୱର ପୀଠକୁ ଯିବେ ଶ୍ରଦ୍ଧାଳୁ । ସେତୁରେ ରଙ୍ଗ ଲଗାଯିବା ସହ ଆପ୍ରୋଚ ରୋଡ୍ ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ ମଧ୍ୟ ନିର୍ମାଣ କରାଯାଇଛି । ଏବେ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ସମୟରେ ହଜାର ହଜାର କାଉଡ଼ିଆ ବାବାଙ୍କ ଉପରେ ପାଣି ଢାଳିବାକୁ ମାନସିକ ରଖିଥାନ୍ତି । ଏଣୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେତୁରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଅନୁମତି ଦିଆଯାଇଛି । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତୀ ସମୟରେ ଏହାର ଲୋକାର୍ପଣ କରାଯିବ । ପୂର୍ବରୁ ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା । ଜାନୁଆରୀ ୧୧ ତାରିଖରୁ ମହାନଦୀ ଭିତରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ଗତ ୩୦ ତାରିଖରେ ମହାନଦୀରେ ପାଣିଆସିବାରୁ ତାହା ଭାସିଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର