ଶ୍ରାବଣ ପ୍ରଥମ ସୋମବାର : ମହାଦେବଙ୍କୁ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼, ଭୋଳାବାବା ପାର୍‌ କରେଗା ଧ୍ବନିରେ ଉଠୁଛି ପଡୁଛି ଶୈବାଳୟ

The Sakala Picture
Published On

ଭୁବନେଶ୍ବର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ୍ ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ। କରୋନା କାରଣରୁ ଦୀର୍ଘ ଦୁଇ ବର୍ଷ ପାଇଁ ବୋଲ ବୋମ […]

ଭୁବନେଶ୍ବର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ୍ ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

କରୋନା କାରଣରୁ ଦୀର୍ଘ ଦୁଇ ବର୍ଷ ପାଇଁ ବୋଲ ବୋମ ବନ୍ଦ ରହିଥିଲା। ଚଳିତବର୍ଷ କାଉଡ଼ିଆଙ୍କୁ ଅନମତି ମିଳିଥିବାରୁ ସମସ୍ତେ ଉତ୍ସାହର ସହ ପାଣି ଢାଳୁଛନ୍ତି।ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ୱର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି । ବ୍ୟାରିକେଡ ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପଙ୍କ ନେତୃତ୍ୱରେ ୫ ଜଣ ଏସିପି, ୮ ଜଣ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ, ୫୦ ହୋମ ଗାର୍ଡ ନିୟୋଜିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ଶ୍ରାବଣ ମାସ ସୋମବାରରେ ଜଳଲାଗି କଲେ ସକଳ ଦୂରାରୋଗ୍ୟ ଦୂର ହେବା ସହ ମନସ୍କାମନା ପୂରଣ ହେବାର ବିଶ୍ବାସ ରହିଛି। ଏଠାରେ କାଉଡିଆଙ୍କ ଜଳଲାଗି ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏଥର ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କୁ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବାକୁ କୁହାଯାଇଛି। ସେଠାରେ ବାହୁଙ୍ଗି ରଖି ସେମାନେ କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ ବୋଲି ଆଠଗଡ଼ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।ଶୈବପୀଠକୁ ଆସୁଥିବା କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

18 Jul 2022 By The Sakala

ଶ୍ରାବଣ ପ୍ରଥମ ସୋମବାର : ମହାଦେବଙ୍କୁ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼, ଭୋଳାବାବା ପାର୍‌ କରେଗା ଧ୍ବନିରେ ଉଠୁଛି ପଡୁଛି ଶୈବାଳୟ

ଭୁବନେଶ୍ବର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ୍ ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ।

କରୋନା କାରଣରୁ ଦୀର୍ଘ ଦୁଇ ବର୍ଷ ପାଇଁ ବୋଲ ବୋମ ବନ୍ଦ ରହିଥିଲା। ଚଳିତବର୍ଷ କାଉଡ଼ିଆଙ୍କୁ ଅନମତି ମିଳିଥିବାରୁ ସମସ୍ତେ ଉତ୍ସାହର ସହ ପାଣି ଢାଳୁଛନ୍ତି।ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି ।

ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ୱର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି । ବ୍ୟାରିକେଡ ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପଙ୍କ ନେତୃତ୍ୱରେ ୫ ଜଣ ଏସିପି, ୮ ଜଣ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ, ୫୦ ହୋମ ଗାର୍ଡ ନିୟୋଜିତ ହୋଇଛନ୍ତି ।

ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ଶ୍ରାବଣ ମାସ ସୋମବାରରେ ଜଳଲାଗି କଲେ ସକଳ ଦୂରାରୋଗ୍ୟ ଦୂର ହେବା ସହ ମନସ୍କାମନା ପୂରଣ ହେବାର ବିଶ୍ବାସ ରହିଛି। ଏଠାରେ କାଉଡିଆଙ୍କ ଜଳଲାଗି ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏଥର ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କୁ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବାକୁ କୁହାଯାଇଛି। ସେଠାରେ ବାହୁଙ୍ଗି ରଖି ସେମାନେ କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ ବୋଲି ଆଠଗଡ଼ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।ଶୈବପୀଠକୁ ଆସୁଥିବା କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର