ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବଶେନ

The Sakala Picture
Published On

ଭୁବନେଶ୍ବର : ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି ରାଜ୍ୟ  ବଜେଟ ଅଧିବଶେନ। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି। ଏହାପରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ରଖୁଛନ୍ତି। ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ […]

ଭୁବନେଶ୍ବର : ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି ରାଜ୍ୟ  ବଜେଟ ଅଧିବଶେନ। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏହାପରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ରଖୁଛନ୍ତି। ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଦେଇଛନ୍ତି। ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ରାଜ୍ୟପାଳ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ବୋଲି ରାଜ୍ୟପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଚଳିତ ବିଧାନସଭାରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ। ସଦସ୍ୟଙ୍କର ତାରକା ଚିହ୍ନିତ ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଆଯିବ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ରବିବାରକୁ ଛାଡ଼ି ଶନିବାର ଓ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଅଧିବେଶନ ବସିବ। ଏଥର ବିଧାନସଭା ଦୈନିକ ୫ ଘଣ୍ଟା ଏବଂ ବିଶେଷ ଆଲୋଚନା ଥିବା ନିର୍ଦ୍ଧାରିତ ଦିନରେ ୬ ଘଣ୍ଟା ଚାଲିବ। ଗଣମାଧ୍ୟମ ପ୍ରତିନିଧି ପ୍ରେସ ଗ୍ୟାଲେରୀକୁ ଯିବା ଉପରେ କଟକଣା କରାଯାଇଛି। ସେମାନେ ସମ୍ମିଳନୀ କକ୍ଷରେ ରହିବେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୃହରେ ଥିବା ପ୍ରେସ ଗ୍ୟାଲେରିକୁ ଛାଡିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

କରୋନା କଟକଣା ଭିତରେ ଅଧିବେଶନ ବସୁଥିବା ଦୃଷ୍ଟିରୁ ମନ୍ତ୍ରୀ ବିଧାୟକ, ବିଧାନସଭା କର୍ମଚାରୀ, ବିଧାନସଭା ଆସିବାକୁ ଥିବା ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ ପରୀକ୍ଷା କରାଯାଇଛି। ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ କାମନା କରିଛନ୍ତି। ବୈଠକର ନିଷ୍ପତ୍ତି ଅନୁଯାୟୀ କୌଣସି କାରଣରୁ ମୁଲତବୀ ପ୍ରସ୍ତାବର ଆଲୋଚନା ବାଧାପ୍ରାପ୍ତ ହେଲେ ତାହା ବାତିଲ କରାଯିବ। ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣ, ଶୋକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଏବଂ ଗୃହର ସମ୍ମତି ପାଇଥିବା ବିଧେୟକ ଗୁଡ଼ିକ ଉପସ୍ଥାପନ ପରେ ଗୃହ ସେହିଦିନ ପାଇଁ ମୁଲତବୀ ରହିବ।

ଅନ୍ୟ ଦିନ ଅଧିବେଶନ ପୂର୍ବାହ୍ନ ୧୦.୩୦ରୁ ଅପରାହ୍ଣ ୧.୩୦ ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ବ୍ୟୟମଞ୍ଜୁରି ବିଧେୟକ, ବଜେଟ ଉତ୍ତର, ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଦିନ ଗୃହ ଅପରାହ୍ଣ ୭ଟା ପର୍ଯ୍ୟନ୍ତ ଚାଲିବ। ବିରୋଧୀ ସଦସ୍ୟଙ୍କ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୯୦ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ବିରୋଧୀ ସଦସ୍ୟ ୫୫ ମିନିଟ ଏବଂ ସରକାରୀ ଦଳ ସଦସ୍ୟ ଓ ମନ୍ତ୍ରୀଙ୍କ ଉତ୍ତର ପାଇଁ ୩୫ ମିନିଟ ସମୟସୀମା ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର