ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ଅଜଣା ଟ୍ରକ୍; ମାଆ, ଝିଅ ମୃତ ଏବଂ ବାପା, ପୁଅ ଗୁରୁତର

The Sakala Picture
Published On

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ନିଧିପଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଏକ ଅଜଣା ଟ୍ରକ୍ ପଛ ପଟୁ ଧକ୍କା ଦେବା ଦ୍ବାରା ପରିବାରର ଦୁଇ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଥିବା ମାଆ ଓ ଝିଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୁଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। […]

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ନିଧିପଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଏକ ଅଜଣା ଟ୍ରକ୍ ପଛ ପଟୁ ଧକ୍କା ଦେବା ଦ୍ବାରା ପରିବାରର ଦୁଇ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଥିବା ମାଆ ଓ ଝିଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୁଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପୁଲିସ ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ଟୁଲଙ୍ଗସାହିରେ ଦେବଦତ୍ତ ମହାପାତ୍ର(୩୫) ଓ ପତ୍ନୀ ରେଣୁକା ମହାପାତ୍ର(୩୦) ଏବଂ ସେମାନଙ୍କ ଝିଅ ହିମାଂଶୀ ମହାପାତ୍ର(୮), ପୁଅ ସୌରଭ ମହାପାତ୍ର(୧୦) ରହନ୍ତି। ତେବେ ସୋମବାର ଦିନ ସପରିବାର ବାଇକ୍(ଓଡି୦୧୪୬୯୯)ରେ ରୁସସାରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ନିଧିପଣ୍ଡା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ, ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇପଡିଥିଲେ। ତେବେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାପରେ ଗୁରୁତରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

28 Jun 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ଅଜଣା ଟ୍ରକ୍; ମାଆ, ଝିଅ ମୃତ ଏବଂ ବାପା, ପୁଅ ଗୁରୁତର

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ନିଧିପଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକକୁ ଏକ ଅଜଣା ଟ୍ରକ୍ ପଛ ପଟୁ ଧକ୍କା ଦେବା ଦ୍ବାରା ପରିବାରର ଦୁଇ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଥିବା ମାଆ ଓ ଝିଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୁଲିସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

ପୁଲିସ ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ଟୁଲଙ୍ଗସାହିରେ ଦେବଦତ୍ତ ମହାପାତ୍ର(୩୫) ଓ ପତ୍ନୀ ରେଣୁକା ମହାପାତ୍ର(୩୦) ଏବଂ ସେମାନଙ୍କ ଝିଅ ହିମାଂଶୀ ମହାପାତ୍ର(୮), ପୁଅ ସୌରଭ ମହାପାତ୍ର(୧୦) ରହନ୍ତି। ତେବେ ସୋମବାର ଦିନ ସପରିବାର ବାଇକ୍(ଓଡି୦୧୪୬୯୯)ରେ ରୁସସାରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ନିଧିପଣ୍ଡା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ, ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅ ଗୁରୁତର ହୋଇପଡିଥିଲେ। ତେବେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାପରେ ଗୁରୁତରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

https://www.thesakala.in/latest-odisha-news/accident-news-balasore/article-3310
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର