ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୭ ହଜାର ମହିଳା ପ୍ରତିନିଧି

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ୫୭ ହଜାର ୧ ଜଣ ମହିଳା ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତିନିଧିତ୍ୱ କରୁଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ତଥ୍ୟ ଦେଇଛନ୍ତି। ବୁଧବାର ସାଂସଦ ଶ୍ରୀ ମଙ୍ଗରାଜ ଏକ ଅଣତାରକା ପ୍ରଶ୍ନରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ କେତେଜଣ ମହିଳା ପ୍ରତିନିଧି ରହିଛନ୍ତି ଓ ଏମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଗତ ୩ ବର୍ଷ ମଧ୍ୟରେ ତାଲିମ ପାଇଁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ  ଓଡ଼ିଶାରେ ମହିଳା ସଦସ୍ୟଙ୍କ ପାଇଁ ବିଶେଷ ନେତୃତ୍ୱ ଏବଂ ଡିଜିଟାଲ୍‌ ତାଲିମ ମଡ୍ୟୁଲ୍‌ ପ୍ରଚଳନ କରିବାର କୌଣସି ପ୍ରସ୍ତାବ ରହିଛି କି ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହାସହିତ ପଞ୍ଚାୟତ କାର୍ଯ୍ୟକ୍ରମର ଯୋଜନା ଓ କାର୍ଯ୍ୟକାରିତାରେ ମହିଳାମାନଙ୍କର ଫଳପ୍ରଦ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ। 

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି. କେନ୍ଦ୍ର ସରକାର ‘ପୁନର୍ଗଠିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ’ ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଚାୟତ ଶାସନକୁ ସୁଧାରିବା ପାଇଁ, ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ଆଦି ବିଷୟରେ ପ୍ରଶିକ୍ଷିତ କରାଯାଉଛି। ଏହି ଯୋଜନା ଅଧୀନରେ ତିନି ବର୍ଷରେ ମୋଟ ୨୪,୧୨,୯୯୦ ଜଣ ମହିଳା ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଏଥିରେ ଓଡ଼ିଶାରୁ ୧,୨୨,୪୩୮ ଜଣ ମହିଳା ନିର୍ବାଚିତ ପ୍ରତିନିଧି ସାମିଲ ହୋଇଛନ୍ତି। 
ଏହାସହିତ ଓଡ଼ିଶା ସମେତ ୨୧ଟି ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ମହିଳାଙ୍କୁ ସଂରକ୍ଷଣ ଦିଆଯାଉଛି। ତୃଣମୂଳ ସ୍ତରରେ ଶାସନରେ ମହିଳାମାନଙ୍କର ଅଂଶଗ୍ରହଣକୁ ଶକ୍ତିଶାଳୀ କରିବା ପାଇଁ, ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଗ୍ରାମ ସଭା ପୂର୍ବରୁ ମହିଳା ସଭା ଆୟୋଜନ କରିବାକୁ ପରାମର୍ଶ ଦିଆଯାଉଛି। ଏହି ପ୍ରକ୍ରିୟା ମହିଳାମାନଙ୍କର ଅଧିକ ସହଭାଗିତାକୁ ଉତ୍ସାହିତ କରୁଛି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର