ହାଇସ୍କୁଲରେ ନବମରୁ ଦ୍ୱାଦଶ ଯାଏ ପାଠପଢା : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୫୭ ହାଇସ୍କୁଲରେ ଆରମ୍ଭ ହେବ +୨ କଳା ପାଠ୍ୟକ୍ରମ

The Sakala Picture
Published On

ଭୁବନେଶ୍ୱର : ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଯାଏ ଗୋଟିଏ ସ୍କୁଲରେ ପଢ଼ିବେ । ଏଥିପାଇଁ ରାଜ୍ୟର ୫୭ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ । ଏନେଇ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହି ୫୭ ହାଇସ୍କୁଲରେ ପିଲାମାନେ ଯୁକ୍ତ ଦୁଇ ପଢ଼ିବେ । କିନ୍ତୁ ବର୍ତ୍ତମାନ କେବଳ କଳା ପାଠ୍ୟକ୍ରମ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ବାଣିଜ୍ୟ ଓ ବିଜ୍ଞାନ […]

ଭୁବନେଶ୍ୱର : ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଯାଏ ଗୋଟିଏ ସ୍କୁଲରେ ପଢ଼ିବେ । ଏଥିପାଇଁ ରାଜ୍ୟର ୫୭ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ । ଏନେଇ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହି ୫୭ ହାଇସ୍କୁଲରେ ପିଲାମାନେ ଯୁକ୍ତ ଦୁଇ ପଢ଼ିବେ । କିନ୍ତୁ ବର୍ତ୍ତମାନ କେବଳ କଳା ପାଠ୍ୟକ୍ରମ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ କୌଣସି ଯୋଜନା ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ବିଚାର କରାଯିବ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜାତୀୟ ଶିକ୍ଷାନୀତି ଅନୁସାରେ ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷାଦାନ ଆରମ୍ଭ ହେବାର ବ୍ୟବସ୍ଥା ଅନୁସାରେ ରାଜ୍ୟରେ ୫୭ ସ୍କୁଲକୁ ଅପଗ୍ରେଡ୍‌ କରିବାକୁ କେନ୍ଦ୍ର ସରକାର ମଞ୍ଜୁର ଦେଇଛନ୍ତି । ଏହି ହିସାବରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ସ୍କୁଲକୁ ଅପଗ୍ରେଡ୍‌ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରତି ସ୍କୁଲକୁ ୯୧ ଲକ୍ଷ ଟଙ୍କା ଭିତ୍ତିଭୂମିର ବିକାଶ କରିବାକୁ ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ବଲାଙ୍ଗିରର ୬, ଦେବଗଡ଼ର ୪, ଗଞ୍ଜାମର ୮, ଜଗତସିଂହପୁରର ୧, କଳାହାଣ୍ଡିର ୭, କନ୍ଧମାଳର ୨, କେନ୍ଦୁଝରର ୩, ମାଲକାନଗିରିର ୫, ମୟୂରଭଞ୍ଜର ୧, ନବରଙ୍ଗପୁରର ୫, ନୟାଗଡ଼ର ୧, ନୂଆପଡ଼ାର ୪, ସମ୍ବଲପୁରର ୪ ଓ ସୁନ୍ଦରଗଡ଼ର ୬ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବାକୁ ଚିହ୍ନଟ କରାଯାଇଛି । ଏହି ସବୁ ହାଇସ୍କୁଲରେ ଭିତ୍ତିଭୂମିର ବିକାଶ ହେବ । ଏଠାରେ ନବମ ଦଶମ ସହ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

02 Aug 2022 By The Sakala

ହାଇସ୍କୁଲରେ ନବମରୁ ଦ୍ୱାଦଶ ଯାଏ ପାଠପଢା : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୫୭ ହାଇସ୍କୁଲରେ ଆରମ୍ଭ ହେବ +୨ କଳା ପାଠ୍ୟକ୍ରମ

ଭୁବନେଶ୍ୱର : ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଯାଏ ଗୋଟିଏ ସ୍କୁଲରେ ପଢ଼ିବେ । ଏଥିପାଇଁ ରାଜ୍ୟର ୫୭ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ । ଏନେଇ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହି ୫୭ ହାଇସ୍କୁଲରେ ପିଲାମାନେ ଯୁକ୍ତ ଦୁଇ ପଢ଼ିବେ । କିନ୍ତୁ ବର୍ତ୍ତମାନ କେବଳ କଳା ପାଠ୍ୟକ୍ରମ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ପାଇଁ କୌଣସି ଯୋଜନା ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ବିଚାର କରାଯିବ।

ଜାତୀୟ ଶିକ୍ଷାନୀତି ଅନୁସାରେ ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷାଦାନ ଆରମ୍ଭ ହେବାର ବ୍ୟବସ୍ଥା ଅନୁସାରେ ରାଜ୍ୟରେ ୫୭ ସ୍କୁଲକୁ ଅପଗ୍ରେଡ୍‌ କରିବାକୁ କେନ୍ଦ୍ର ସରକାର ମଞ୍ଜୁର ଦେଇଛନ୍ତି । ଏହି ହିସାବରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷରେ ସ୍କୁଲକୁ ଅପଗ୍ରେଡ୍‌ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରତି ସ୍କୁଲକୁ ୯୧ ଲକ୍ଷ ଟଙ୍କା ଭିତ୍ତିଭୂମିର ବିକାଶ କରିବାକୁ ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ବଲାଙ୍ଗିରର ୬, ଦେବଗଡ଼ର ୪, ଗଞ୍ଜାମର ୮, ଜଗତସିଂହପୁରର ୧, କଳାହାଣ୍ଡିର ୭, କନ୍ଧମାଳର ୨, କେନ୍ଦୁଝରର ୩, ମାଲକାନଗିରିର ୫, ମୟୂରଭଞ୍ଜର ୧, ନବରଙ୍ଗପୁରର ୫, ନୟାଗଡ଼ର ୧, ନୂଆପଡ଼ାର ୪, ସମ୍ବଲପୁରର ୪ ଓ ସୁନ୍ଦରଗଡ଼ର ୬ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବାକୁ ଚିହ୍ନଟ କରାଯାଇଛି । ଏହି ସବୁ ହାଇସ୍କୁଲରେ ଭିତ୍ତିଭୂମିର ବିକାଶ ହେବ । ଏଠାରେ ନବମ ଦଶମ ସହ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର