ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

Madhusudan Das Picture
Published On

ସମ୍ବଲପୁର: କେରଳ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ୫ରୁ ଅଧିକ ଗିରଫ । ଏ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି । ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ତାଙ୍କୁ ଟ୍ରେନ୍‌ ଯୋଗେ ପୋଲିସ କେରଳ ପଠାଇ ଦେଇଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନାଯୋଗ୍ୟ, ରବିବାର ଦିନ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ କେରଳର ଜଣେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରିଥିଲେ । ଭାଷା ବୁଝିବାରେ ଅସମର୍ଥ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ପେଶାରେ ଜଣେ ୱେଲଡିଂ ମେକାନିକ୍। ସେ ନିଜର କର୍ମକ୍ଷେତ୍ର ବରଗଡ଼ ଜିଲ୍ଲାରୁ କାମ ସନ୍ଧାନରେ ସମ୍ବଲପୁର ଆସିଥିଲେ। ତେବେ ଭାଷାଗତ ସମସ୍ୟା କାରଣରୁ ସେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରିନଥିଲେ। ଏଥିଯୋଗୁଁ ସ୍ଥାନୀୟ ବାସିନ୍ଦା ସନ୍ଦେହ କରି ତାଙ୍କୁ ଘେରିଯିବା ସହ ନିସ୍ତୁକ ମାଡ଼ ମାରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଏବଂ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଇଥିଲା। ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଡିଜିଟାଲ ଏବଂ ଫୋରେନ୍ସିକ ପ୍ରମାଣ ସଂଗ୍ରହ କରିଥିବା ନେଇ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଶ୍ରମିକଙ୍କ ପରିଚୟ ଯାଞ୍ଚ କରିବା ସହ ସେ ବରଗଡ଼ରେ ଜଣେ ୱେଲଡିଂ ମେକାନିକ୍ ଭାବରେ କାମ କରୁଥିବା ସ୍ପଷ୍ଟ କରିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଟ୍ରେନ୍ ଯୋଗେ ନିରାପଦରେ କେରଳ ପଠାଇ ଦିଆଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର