ରାୟଗଡ଼ା ବର୍ବରକାଣ୍ଡକୁ ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ସାଂଘାତିକ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ଏହି ଘଟଣା ସାରା ଓଡ଼ିଶାବାସୀଙ୍କୁ ସ୍ତମ୍ଭୀଭୂତ କରିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଟ୍ୱିଟ୍ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, କଲ୍ୟାଣସିଂହପୁରରେ ଯାହା ଘଟିଗଲା ତାହା ଅତ୍ୟନ୍ତ ନୃଶଂସ, ଭୟଙ୍କର ଓ ଅମାନବିକ। ଏହିଭଳି ଏକ ଅପ୍ରୀତିକର ଘଟଣାକୁ ନିନ୍ଦା କରିବା ଲାଗି କୌଣସି ଭାଷା ନାହିଁ। ପିଲାଚୋରି ନାମରେ ଏକ ଭ୍ରାନ୍ତ ଖବର ବା ଗୁଜବକୁ ନେଇ ସର୍ବସାଧାରଣରେ ଜଣେ ଯୁବତୀଙ୍କୁ ବିବସ୍ତ୍ର କରିବା ଏବଂ ତାଙ୍କ ଉପରେ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ମାନସ ମଙ୍ଗରାଜ ଆହୁରି ମଧ୍ୟ କହିଛନ୍ତି,ଏକ ଅପାରଗ ପ୍ରଶାସନ ସର୍ବସାଧାରଣଙ୍କ ନିରାପତ୍ତା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା, ସଚେତନତା ଓ ମାନବିକତା ଉପରେ ଏହି ଘଟଣା ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ବର୍ତମାନ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତେଜୁଥିବା ଅସନ୍ତୋଷ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ସରକାର ଓ ପ୍ରଶାସନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର