ରାଉରକେଲାରେ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ: ବ୍ୟାଙ୍କ ଆକାଉଣ୍ଟ ଯୋଗାଉଥିବା ୨ ଗିରଫ

Madhusudan Das Picture
Published On

ରାଉରକେଲା: ରାଉରକେଲାରେ ଏକ ବଡ଼ ଧରଣର ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ। ସାଇବର ଠକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ, ସିମ୍ କାର୍ଡ ଏବଂ ପାସବୁକ୍ ଯୋଗାଉଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଟଙ୍କା ଓ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କାଗଜପତ୍ର ସଂଗ୍ରହ କରୁଥିଲେ। ପରେ ଏହି ସବୁ ଆକାଉଣ୍ଟଗୁଡ଼ିକୁ ସେମାନେ ଆର୍ଥିକ ଲାଭ ଆଶାରେ ସାଇବର ଠକମାନଙ୍କୁ ହସ୍ତାନ୍ତର କରୁଥିଲେ। ତଦନ୍ତରୁ ଜଣାପଡିଛି ଯେ, ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ଯୋଗାଇବା ବଦଳରେ ଅଭିଯୁକ୍ତମାନେ ସାଇବର ଠକଙ୍କଠାରୁ ୧୫,୦୦୦ ଟଙ୍କା ପାଉଥିଲେ।

ଆହୁରି ପଢ଼ନ୍ତୁ: ପୁରୀରେ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଟାର୍ଗେଟ

ସମନ୍ୱୟ ପୋର୍ଟାଲ୍ ଏବଂ ରାଉରକେଲା ସାଇବର ସେଲ୍ ମାଧ୍ୟମରେ ଯାଞ୍ଚ ବେଳେ ଜଣାପଡିଛି ଯେ, ଏହି ଗ୍ୟାଙ୍ଗ ଦ୍ୱାରା ବ୍ୟବହୃତ ୧୧ଟି ବ୍ୟାଙ୍କ ଆକାଉଣ୍ଟ ସହିତ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୨୦ଟି ସାଇବର କ୍ରାଇମ ମାମଲା ଜଡିତ ରହିଛି। ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ମାମଲାଗୁଡ଼ିକ ରୁଜୁ ହୋଇଛି। କେବଳ ସେତିକି ନୁହେଁ, ଚିହ୍ନଟ ହୋଇଥିବା ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ ଜନିତ ଆର୍ଥିକ କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ଲଢ଼େଇ ତୀବ୍ର; ସେପ୍ଟେମ୍ବର ୨୮ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ

ଏହି ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୋଲିସ ଏବେ ଖୋଳତାଡ଼ ଜାରି ରଖିଛି। ନେଟୱାର୍କ ସହ ଜଡିତ ସମସ୍ତ ଆର୍ଥିକ କାରବାରର ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଆଗାମୀ ଦିନରେ ସାଇବର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର