ଲୋକପ୍ରିୟ ସମ୍ବଲପୁରୀ ଅଭିନେତ୍ରୀ ଜସ୍ମିନ୍ ମାଝୀଙ୍କ ପରଲୋକ, ଏସିଡ୍ ପିଇ ଆତ୍ମହତ୍ୟା ସନ୍ଦେହ

Madhusudan Das Picture
Published On

ବଲାଙ୍ଗୀର: ଲୋକପ୍ରିୟ ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା ଗାୟିକା ଜସ୍ମିନ ମାଝୀଙ୍କର ଅକାଳ ପରଲୋକ ଘଟିଛି। ଘରେ ଥିବା ଟାଇଲ୍ ସଫା କରିବା ଏସିଡ୍ ପିଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ସମ୍ବଲପୁରୀ କଳା ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ଉଡୁନାହିଁ କୌଣସି ଅନ୍ତର୍ଜାତୀୟ ବିମାନ, କମିଛି ଘରୋଇ ଉଡ଼ାଣ ସଂଖ୍ୟା

ଗତ ସେପ୍ଟେମ୍ବର ୨୫ ତାରିଖ ଅପରାହ୍ଣରେ ବଲାଙ୍ଗୀର ଜିଲ୍ଲାରେ ଥିବା ନିଜ ବାସଭବନରେ ଜସ୍ମିନ ଟାଇଲ୍ ସଫା କରିବା ପାଇଁ ରଖାଯାଇଥିବା ଏସିଡ୍ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। 

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ; ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବନ୍ୟାଜଳରେ ବିଚ୍ଛିନ୍ନ ଅନେକ ଅଞ୍ଚଳ

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ଯେ କିଛି ଦିନ ପୂର୍ବରୁ ତାଙ୍କ ପ୍ରେମିକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଏହି ଖବର ପାଇବା ପରେ ଜସ୍ମିନ୍ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ବୋଲି କୁହାଯାଉଛି। ତେବେ ଏହି ଦାବିର କୌଣସି ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। 

ଆହୁରି ପଢ଼ନ୍ତୁ: ବିଜେପି ଇଙ୍ଗିତରେ ଓଡ଼ିଶାରେ ୨୭.୫ ଲକ୍ଷ ଭୋଟର ବାଦ୍‌: ବିଜେଡି

ଜସ୍ମିନ୍ ମାଝୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ସେ ଅନେକ ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍‌ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବା ସହ ଜଣେ ସୁନାମଧନ୍ୟା ସଂକୀର୍ତ୍ତନ ଗାୟିକା ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ତାଙ୍କ ପ୍ରଶଂସକ, ଶୁଭେଚ୍ଛୁ ତଥା ସାଥୀ କଳାକାରମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର