ହଠାତ୍ ବ୍ଲଡ୍ ପ୍ରେସର୍ ଔଷଧ ବନ୍ଦ କରୁଛନ୍ତି କି? ବଢ଼ିପାରେ ହାର୍ଟ ଆଟାକ୍ ଓ ଷ୍ଟ୍ରୋକର ବିପଦ

Suryakanta Picture
Published On

ଆଜିକାଲି ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର୍ (High Blood Pressure) ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି। ଅଧିକାଂଶ ଲୋକ ନିଜର ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ଖାଇଥାନ୍ତି। କିନ୍ତୁ ଅନେକ ସମୟରେ ଲୋକେ ସୋସିଆଲ ମିଡିଆର ପରାମର୍ଶ, ସାଙ୍ଗସାଥୀଙ୍କ କଥା ଶୁଣି କିମ୍ବା କିଛି ଦିନ ନିଜକୁ ସୁସ୍ଥ ଅନୁଭବ କରିବା ପରେ ନିଜ ଇଚ୍ଛାରେ ବ୍ଲଡ୍ ପ୍ରେସର୍ ଔଷଧ ଖାଇବା ବନ୍ଦ କରିଦିଅନ୍ତି। ଡାକ୍ତରମାନଙ୍କ ମତରେ ଏହା ଏକ ସାଂଘାତିକ ଭୁଲ୍ ଏବଂ ଏହା ଦ୍ୱାରା ହାର୍ଟ ଆଟାକ୍ (Heart Attack) ପରି ଜୀବନନାଶକ ପରିସ୍ଥିତି ଉପୁଜିପାରେ।

ଆହୁରି ପଢ଼ନ୍ତୁ: ଭିଟାମିନ୍ 'ଡି' ସପ୍ଲିମେଣ୍ଟ: ହାଡ଼ର ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୦ଟି ଶ୍ରେଷ୍ଠ ବିକଳ୍ପ

ଡାକ୍ତରଙ୍କ ଚେତାବନୀ

ବିଶେଷଜ୍ଞଙ୍କ ମତରେ, ବିନା ଡାକ୍ତରୀ ପରାମର୍ଶରେ ହଠାତ୍ ଉଚ୍ଚ ରକ୍ତଚାପ ଔଷଧ ବନ୍ଦ କରିବା ଶରୀର ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ଯେତେବେଳେ କୌଣସି ବ୍ୟକ୍ତି ହଠାତ୍ ଔଷଧ ଖାଇବା ବନ୍ଦ କରିଦିଅନ୍ତି, ସେତେବେଳେ ରକ୍ତଚାପ ପୁଣିଥରେ ଅନିୟନ୍ତ୍ରିତ ହୋଇଯାଏ। ଏହି କାରଣରୁ ଶରୀରର ମୁଖ୍ୟ ଅଙ୍ଗ ଯେପରିକି ହୃତ୍‌ପିଣ୍ଡ, ମସ୍ତିଷ୍କ ଏବଂ କିଡନୀ ଉପରେ ହଠାତ୍ ଚାପ ପଡ଼ିଥାଏ। ଫଳରେ ହାର୍ଟ ଆଟାକ୍, ଷ୍ଟ୍ରୋକ୍ (Stroke) ଏବଂ କିଡନୀ ଡ୍ୟାମେଜ୍ ହେବାର ଆଶଙ୍କା ବହୁଗୁଣ ବଢ଼ିଯାଏ।

ଆହୁରି ପଢ଼ନ୍ତୁ: ସାବଧାନ! ମେନୋପଜ୍ ପରେ ବଢ଼ିପାରେ ହୃଦ୍‌ରୋଗର ବିପଦ, ଜାଣନ୍ତୁ କିପରି ରହିବେ ସୁସ୍ଥ

ଔଷଧ ଖାଇବା କେତେବେଳେ ବନ୍ଦ କରିବେ?

ରକ୍ତଚାପ ନିୟନ୍ତ୍ରଣରେ ଆସିବା ମାତ୍ରେ ଔଷଧ ବନ୍ଦ କରିଦେବା ଉଚିତ ନୁହେଁ। ଯଦି ଆପଣ ନିଜର ଜୀବନଶୈଳୀରେ ପରିବର୍ତ୍ତନ, ସଠିକ୍ ଖାଦ୍ୟପେୟ ଏବଂ ନିୟମିତ ବ୍ୟାୟାମ ମାଧ୍ୟମରେ ରକ୍ତଚାପକୁ ନିୟନ୍ତ୍ରଣ କରିପାରୁଛନ୍ତି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କେବଳ ଡାକ୍ତର ହିଁ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଔଷଧର ମାତ୍ରା କମାଇପାରିବେ କିମ୍ବା ବନ୍ଦ କରିବାକୁ ପରାମର୍ଶ ଦେଇପାରିବେ। ନିଜ ଇଚ୍ଛାରେ ଡୋଜ୍ କମ୍ କରିବା ମଧ୍ୟ କ୍ଷତିକାରକ ହୋଇପାରେ।

ଆହୁରି ପଢ଼ନ୍ତୁ: ଗର୍ଭାବସ୍ଥାର ତୃତୀୟ ତ୍ରୈମାସିକରେ ନିଦ୍ରାହୀନତା ସମସ୍ୟା ଦେଖାଦେଉଛି କି? ଜାଣନ୍ତୁ ବିଶେଷଜ୍ଞ ଡାକ୍ତର ସୁଶ୍ରୁତା ମୋକଦମ୍‌ଙ୍କ ପରାମର୍ଶ

ଜୀବନଶୈଳୀରେ ଆଣନ୍ତୁ ସକାରାତ୍ମକ ପରିବର୍ତ୍ତନ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ କେବଳ ଔଷଧ ଉପରେ ନିର୍ଭର ନକରି ନିଜର ଦୈନନ୍ଦିନ ଅଭ୍ୟାସରେ ସୁଧାର ଆଣିବା ନିହାତି ଜରୁରୀ।

* ନିୟମିତ ବ୍ୟାୟାମ: ଯୋଗ, ପ୍ରାଣାୟାମ ଏବଂ ଅତିକମ୍‌ରେ ୩୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ।

* ସନ୍ତୁଳିତ ଖାଦ୍ୟପେୟ: ଖାଦ୍ୟରେ ଲୁଣ ଓ ତେଲଜାତୀୟ ଦ୍ରବ୍ୟର ମାତ୍ରା କମ୍ କରନ୍ତୁ। ସତେଜ ଫଳ ଏବଂ ପନିପରିବା ଅଧିକ ଖାଆନ୍ତୁ।

* ମାନସିକ ଚାପରୁ ଦୂରେଇ ରୁହନ୍ତୁ: ଧ୍ୟାନ କିମ୍ବା ମେଡିଟେସନ୍ ଦ୍ୱାରା ମାନସିକ ଚାପ ବା ଷ୍ଟ୍ରେସ୍‌କୁ କମ୍ କରିବାକୁ ଚେଷ୍ଟା କରନ୍ତୁ।

ଏହିସବୁ ନିୟମଗୁଡ଼ିକୁ ପାଳନ କରିବା ସହିତ ନିୟମିତ ବ୍ୟବଧାନରେ ନିଜର ବ୍ଲଡ୍ ପ୍ରେସର୍ ଯାଞ୍ଚ କରାଇବାକୁ ଭୁଲନ୍ତୁ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp