ମନୋରଞ୍ଜନ
ବୁଧବାର ରାଶିଫଳ ( ୦୧-୧୦-୨୦୨୫)

ମେଷ: କର୍ମଚଞ୍ଚଳ ରହିବେ। ମନ ଖୁସି ରହିବ। ଆଜି ଦିନଟି ଆପଣଙ୍କ ପାଇଁ ଭଲ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ। ଅଫିସ୍ ସମସ୍ୟା ସମାଧାନ ହେବ।
ବୃଷ: କଳା, ମନୋରଞ୍ଜନ ପ୍ରତି ଆଗ୍ରହ ବଢ଼ିବ। ଉଧାର ଟଙ୍କା ଫେରି ପାଇବେ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ମାମଲାରେ କିଛି ନୂଆ ନିଷ୍ପତ୍ତି ନେବେ। ଦାନ ଧର୍ମ କରନ୍ତୁ।
ମିଥୁନ: ବ୍ୟବସାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ସମୟ। ବ୍ୟାୟାମ, ଯୋଗ, ଉଚ୍ଚଶିକ୍ଷା, ଧ୍ୟାନ ଆଦି ପ୍ରତି ରୁଚି ବଢ଼ିବ। ଶୁଭ ସମ୍ବାଦ ମିଳିବ। ଜମି ବିବାଦ ମାମଲା ସମାଧାନ ହେବ। ନିବେଶରୁ ଲାଭ ମିଳିପାରେ।
କର୍କଟ: କାର୍ଯ୍ୟ ସ୍ଥିତିରେ ସୁଧାର ଆସିପାରେ। ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ। କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଶତ୍ରୁଙ୍କଠାରୁ ଦୂରତ୍ବ ରକ୍ଷା କରିବେ।
ସିଂହ: ଲୋକସମ୍ପର୍କ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶାରୀରିକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। କିଛି କ୍ଷେତ୍ରରେ ଅସଫଳ ରହିବେ। ଯୋଗ, ଏକ୍ସରସାଇଜ୍ ପ୍ରତି ଆଗ୍ରହ ପ୍ରକାଶ କରିବେ।
କନ୍ୟା: ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ପେଟଜନିତ ସମସ୍ୟା ଦେଖାଦେଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ଅଫିସ୍ରେ ନୂଆ ପ୍ରୋଜେକ୍ଟରେ ସାମିଲ ହେବେ।
ତୁଳା: କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଜଗି ରଖି ଚଳିବା ଭଲ। ପରିବାର ସଦସ୍ୟଙ୍କ ସହ ମତାନ୍ତର ଦୂର ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଋଣ ସମସ୍ୟା ଦୂର ହେବ। ଧାର୍ମିକ ଯାତ୍ରା କରିପାରନ୍ତି।
ବିଛା: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। କୋର୍ଟକଚେରୀ ମାମଲା ବିଜୟ ଲାଭ କରିବେ। କମ୍ ସମୟରେ ଅଧିକ କାମ କରିବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ମହିଳାଙ୍କ ପାଇଁ ଦିନଟି ଭଲ।
ଧନୁ: ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଅଧକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭଲ କାର୍ଯ୍ୟ ଯୋଗୁଁ ସମାଜରେ ପ୍ରତିଷ୍ଠା ବଢ଼ିବ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ସାମିଲ କରିବେ। ଅଫିସ୍ରେ ନୂଆ ଦାୟିତ୍ବ ତୁଲାଇବେ।
ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ଧନ ବୃଦ୍ଧି ସହ ଅର୍ଥ ସଞ୍ଚୟ କରିବେ। ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ନିବେଶ ପାଇଁ ଅନୁକୂଳ ସମୟ।
କୁମ୍ଭ: ବ୍ୟବସାୟକୁ ମଜଭୁତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଛାତ୍ରଛାତ୍ର ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବ।
ମୀନ: କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ। ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଅଫିସ୍ରେ ନୂଆ କାମ ଆରମ୍ଭ କରିବେ। ବିବାହ ପ୍ରସ୍ତାବ ଆସିବ।