Thursday Horoscope: ଗୁରୁବାର ରାଶିଫଳ (୦୮-୧୦-୨୦୨୬)

Madhusudan Das Picture
Published On

ମେଷ: ଆୟ ଅନୁସାରେ ବ୍ୟୟ ହେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଦେଖାଦେବ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଯାନବାହନ କିଣିବା ଯୋଗ ଅଛି। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୦୧-୧୦-୨୦୨୬)

ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିବେଶ ପାଇଁ ଉପଯୁକ୍ତ ସମୟ। ମହିଳାମାନେ ଦାନ ଧର୍ମ କରନ୍ତୁ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ପରିବାର ପାଇଁ ସମୟ ବାହାର କରିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବ। ନିବେଶରୁ ଲାଭ ପାଇବେ। ଉଧାର ଟଙ୍କା ଫେରିପାଇବେ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୦୫-୧୦-୨୦୨୬)

କର୍କଟ: ମନ ପ୍ରସନ୍ନ ରହିବ। ମାନସିକ ଚିନ୍ତା ଦୂର ହେବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। 

ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଅଫିସ୍ ସହକର୍ମୀଙ୍କ ସହଯୋଗ ପାଇବେ।

କନ୍ୟା: ଆୟ ଓ ବ୍ୟୟ ସମାନ ହେବ। ଦୀର୍ଘଦିନରୁ ଚାଲଥିବା ପାରିବାରିକ ମତଭେଦ ଦୂର ହେବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ। ଲୋକସମ୍ପର୍କ ବୃଦ୍ଧି ପାଇବ।  

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ନକାରାତ୍ମକ ଚିନ୍ତାଧାର ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ମାନସମ୍ମାନ ବୃଦ୍ଧି ପାଇବ।  

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ଧନୁ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ। ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। 

କୁମ୍ଭ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। 

ମୀନ: ବିଦ୍ୟାର୍ଥୀ ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସମସ୍ତ ଇଚ୍ଛା ପୂରଣ ହେବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp