Tuesday Horoscope: ମଙ୍ଗଳବାର ରାଶିଫଳ (୦୬-୦୯-୨୦୨୬)
ମେଷ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ନିଜ ଲୋକ ଶତ୍ରୁ ସାଜିବେ। ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଚାକିରିରେ ପଦୋନ୍ନତି ହେବ।
ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ଚକ୍ଷୁଜନିତ ସମସ୍ୟା ଭୋଗିପାରନ୍ତି। ଯୋଗ ଏବଂ ପ୍ରାଣାୟମ କରନ୍ତୁ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ।
ମିଥୁନ: ସମ୍ପର୍କୀୟଙ୍କ ସହିତ ଭେଟ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କ୍ରୋଧ ନିୟନ୍ତ୍ରଣ ରଖନ୍ତୁ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଅଧିକ ପରିଶ୍ରମ କରିବେ।
କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଫିସ୍ କର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପେଟଜନିତ ସମସ୍ୟା ଦେଖାଦେବ।
ସିଂହ: ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ହସଖୁସିରେ ଦିନ ବିତିବ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ।
କନ୍ୟା: ନୂଆ ରଣନୀତିରେ କାରବାରକୁ ଆଗକୁ ନେବେ। ଘର ସାଜସଜ୍ଜାରେ ଅଧକ ଖର୍ଚ୍ଚାନ୍ତ ହେବେ। ଭାଇ, ଭଉଣୀଙ୍କ ସହ ସୁଖଦୁଃଖ ବାଣ୍ଟିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ।
ତୁଳା: ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। ଯେକୌଣସି ପରିସ୍ଥିତିକୁ ମୁକାବିଲା କରନ୍ତୁ। ଧାର କରଜ କରିବାରୁ ଦୂରେଇ ରୁହନ୍ତୁ। ଆଜି ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେଇପାରନ୍ତି।
ବିଛା: ଧନଧାନ ବୃଦ୍ଧି ହେବ। ଭାବପ୍ରବଣ ହୋଇ ଭୁଲ୍ ନିଷ୍ପତ୍ତି ନେଇ ପାରନ୍ତି। ନୂତନ ବ୍ୟବସାୟ ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ଇଚ୍ଛା ପୂରଣ ହେବ।
ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
ମକର: ନାଚ, ଗୀତରେ ସଫଳତା ମିଳିବ। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ଭଉଣୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେବ।
କୁମ୍ଭ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ଶିକ୍ଷାରେ ସଫଳତା ମିଳିବ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ।






