Thursday Horoscope; ଗୁରୁବାର ରାଶିଫଳ ( ୧୮-୧୨-୨୦୨୫ )

Madhusudan Das Picture
Published On

ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। 

ଆହୁରି ପଢ଼ନ୍ତୁ: Thursday Horoscope; ଗୁରୁବାର ରାଶିଫଳ ( ୧୧-୧୨-୨୦୨୫ )

ବୃଷ: କୌଣସି କାର୍ଯ୍ୟ ବିଗିଡ଼ିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ସ୍ବଭାବରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ନିବେଶ ଲାଗି ଉପଯୁକ୍ତ ସମୟ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୬-୧୨-୨୦୨୫ )

ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଭୁଲ୍‌ କାମରୁ ଦୂରେଇ ରହିବେ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀ ପଢ଼ାରେ ଧ୍ୟାନ ଦେବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୩-୧୨-୨୦୨୫)

କର୍କଟ: ଦାନଧର୍ମରେ ଦିନଟି ଅତିବାହିତ ହେବ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଗରିବଙ୍କୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଟଙ୍କା ଫେରିପାଇବେ। କୌଣସି କଥାକୁ ନେଇ ମନ ଉଣା ହେବ। 

ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। ଦୁର୍ଗା ଚାଳିଶା ପାଠ କରିବା ଭଲ। କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବେ।  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। 

କନ୍ୟା: ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ। 

ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ।  

ବିଛା: ବାଦବିବାଦରୁ ଦୂରେଇ ରହିବେ। କାମରୁ ସଫଳତା ମିଳିବ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। 

ଧନୁ: ଆତ୍ମବିଶ୍ବାସ ବଢ଼ିବ। କାମ କରିବାରେ ସକ୍ଷମ ହେବେ ନାହିଁ। କୌଣସି ସମସ୍ୟାରେ ପଡ଼ିପାରନ୍ତି। ମହାଦେବଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ। ନକାରାତ୍ମକ ଚିନ୍ତାଧାର ଦୂର ହେବ। 

ମକର: ଧନଲାଭ ଯୋଗ ଅଛି। କୌଣସି କଥାକୁ ନେଇ ବିଚଳିତ ହେବେ ନାହିଁ। ଭାଇ,ଭଉଣୀଙ୍କ ସହ ହସ ଖୁସିରେ ଦିନ କାଟିବେ। । ସକାରାତ୍ମକ ଦୃଷ୍ଟିରୁ ଦିନଟି ଭଲ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। 

କୁମ୍ଭ: ପରନିନ୍ଦାରୁ ଦୂରେଇ ରହିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହେବେ। ବିବାହ ବିଳମ୍ବ ହୋଇପାରେ।  

ମୀନ: ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। 

Join Us @ WhatsApp

About The Author

Google News
Join Us @ WhatsApp