ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

Madhusudan Das Picture
Published On

ପୁରୀ: ଆସନ୍ତା ମାର୍ଚ୍ଚ ୨୫ତାରିଖରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି ହେବ। ଉକ୍ତ ଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୧ଟା ୪୫ ମଧ୍ୟରେ ଗଣତିମଣତି ଆରମ୍ଭ କରାଯିବାର ଶୁଭ ମୁହୂର୍ତ୍ତ ରହିଛି ବୋଲି ଗତ ୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଥିଲା। ଏବେ ଏହାକୁ ନେଇ କେଁ ଉପୁଜିଛି। ବିଶେଷକରି, ଶୁଭ ମୁହୂର୍ତ୍ତକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ସ୍ଥିର ହୋଇଥିବା ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ୍‌ ଓ ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର। ଏହି ତିଥି, ବାର ଶୁଭ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼

ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜ୍ୟୋତିର୍ବିଦ୍‌ ଶ୍ରୀ ମିଶ୍ର କହିଛନ୍ତି, ବିଭିନ୍ନ ପଞ୍ଜିକାର ତଥ୍ୟ ଅନୁଯାୟୀ, ସେହିଦିନ ପୂର୍ବାହ୍ନ ୧୧ଟା ୫୨ ମିନିଟ୍‌ରୁ ଅପରାହ୍‌ଣ ୧ଟା ୨୩ ମିନିଟ୍‌ ବା ମଧ୍ୟାହ୍ନ ୧୨ଟାରୁ ୧ଟା ୩୨ମିନିଟ୍‌ ପର୍ଯ୍ୟନ୍ତ ରାହୁ କାଳ ଓ ବାରବେଳା ଭୋଗ ହେଉଥିବାରୁ ତାହା ଶୁଦ୍ଧ ଶୁଭବେଳା ହୋଇନପାରେ। ଏତଦ୍‌ବ୍ୟତୀତ ପ୍ରତ୍ୟେକ ଶୁଭ ଅନୁକୂଳ କାର୍ଯ୍ୟରେ ଘର ମୁରବୀଙ୍କ ପାଇଁ ଦିନଟି କିପରି ଅଛି, ତାହା ଦେଖାଯାଏ। ରତ୍ନଭଣ୍ଡାରର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଶି ହେଉଛି ପୁଷ୍ୟା କର୍କଟ। ଯେଉଁ ମାର୍ଚ୍ଚ ୨୫ ତାରିଖ ରତ୍ନ ଅଳଙ୍କାର ଗଣତିମଣତି ପାଇଁ ନିର୍ଦ୍ଧାରିତ ହୋଇଛି, ସେଦିନ ସପ୍ତମୀ ତିଥି ବ୍ୟାପ୍ତି ଅପରାହ୍‌ଣ ୧ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଥିଲେ ମଧ୍ୟ ସେ ପର୍ଯ୍ୟନ୍ତ କର୍କଟ ରାଶିର ଘାତ ତିଥି ରହିଥିବା ସହ ଦିନଟି ବୁଧବାର ହୋଇଥିବାରୁ ତାହା ମଧ୍ୟ କର୍କଟ ରାଶି ପାଇଁ ଘାତ ବାର। ତେଣୁ, ଶ୍ରୀଜଗନ୍ନାଥଙ୍କ ଘାତ ତିଥି, ଘାତ ବାର ଏବଂ ରାହୁକାଳ ସହ ବାରବେଳାରେ ରତ୍ନଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେଲେ ବହୁ ବାଧା ବିଘ୍ନ ହୋଇପାରେ ବା କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ଉପରେ ଅନିଶ୍ଚିତତାର ଆଶଙ୍କା ଅମୂଳକ ହୋଇନପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ଦରଦାମ ବୃଦ୍ଧି: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ

ସବୁଠୁ ବଡ଼ କଥା ହେଉଛି, ଏହି ସମୟ କିଭଳି ନିର୍ଣ୍ଣୟ ହୋଇଛି, କେଉଁ ଆଧାରରେ ଏହି ଦିନଟିକୁ ନିର୍ଦ୍ଧାରଣ କରାଯାଇଛି, ତାହାର ତର୍ଜମା ହେବା ଜରୁରୀ। ନତୁବା ଉଦ୍ଦେଶ୍ୟମୂଳକ ଭାବେ ଏକ ଅଶୁଭ ଦିନ ନିର୍ଦ୍ଧାରଣ କରି କାର୍ଯ୍ୟ ଅସମ୍ପୂର୍ଣ୍ଣ ରଖିବା ମାନସିକତା ସ୍ପଷ୍ଟ ହେଉଛି ବୋଲି ଜ୍ୟୋର୍ତିବିଦ୍‌ ଶ୍ରୀ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନ କମିଶନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର