Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୩-୨୦୨୬ )

Madhusudan Das Picture
Published On

ମେଷ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ରାଜନେତାଙ୍କ ପାଇଁ ଦିନଟି ଭଲ। ଅଫିସ୍‌ କାର୍ଯ୍ୟ ପୂରା କରିବେ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୦୩-୦୩-୨୦୨୬ )

ବୃଷ: କାର୍ଯ୍ୟ ଚାପ ବଢ଼ିପାରେ। ଆର୍ଥିକ ନେଣ-ଦେଶ ସମୟରେ ସତର୍କ ରୁହନ୍ତୁ। ପିଲାମାନେ ଖେଳକୁଦ କରିବାରେ ବ୍ୟସ୍ତ ରହିବେ। ଦାନଧର୍ମ କରନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। 

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

ମିଥୁନ: ବୁଝି ବିଚାରି କାମ କରନ୍ତୁ। ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅତିଥିଙ୍କ ସାହାଯ୍ୟରେ ସମସ୍ୟାର ସମାଧାନ ହୋଇପାରେ। ବିଦ୍ୟାର୍ଥୀ ଖେଳକୁଦରେ ଅଧିକ ସମୟ ବିତାଇବେ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୩-୨୦୨୬ )

କର୍କଟ: ମାନସିକ ଚାପରେ ରହିପାରନ୍ତି। ମହିଳାମାନେ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ବାଦବିବାଦରୁ ଦୂରେଇ ରହିବେ। 

ସିଂହ: ଦୀର୍ଘ ଦିନର ଆଶା ପୂରଣ ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଅଚାନକ ଖୁସି ଖବର ପାଇପାରନ୍ତି। ଯାନବାହନ କ୍ରୟ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। 

କନ୍ୟା: ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁନି। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।  

ତୁଳା: ଅଚାନକ ଘରକୁ କୁଣିଆ ଆସିବେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ବୈବାହିକ ଜୀବନ ସୁଖମୟ ହେବ। ଅଟକି ଥିବା ଧନ ମିଳିପାରେ। ପୂଜାର୍ଚ୍ଚନାରେ ଦିନ ବିତିବ।  

ବିଛା: ନୂତନ ଜମି କ୍ରୟ କରିପାରନ୍ତି। ଲୋକସମ୍ପର୍କ ବୃଦ୍ଧି ହେବ। ମହିଳାମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ।  

ଧନୁ: ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ଧୈର୍ଯ୍ୟ ହରାନ୍ତୁନି। ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟାର ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। 

ମକର: ପୁରୁଣା ନିବେଶରୁ ଲାଭ ମିଳିପାରେ। ମହିଳାମାନେ ଉଦାସ ରହିପାରନ୍ତି। ଅଫିସ୍‌ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। 

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ପୂଜାର୍ଚ୍ଚନା କରନ୍ତୁ। 

ମୀନ: ଆଜି ଦିନ ଆପଣଙ୍କୁ ମିଶ୍ରିତ ଫଳ  ଦେବ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp