କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ
କେନ୍ଦୁଝର: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ କଲେ DFO । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରା ଏବଂ ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଓ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତି ନିଲମ୍ବିତ ହୋଇଛନ୍ତି । ହାତୀମାନଙ୍କ ଦ୍ବାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି ।