ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

Madhusudan Das Picture
Published On

ଭୁବନେଶ୍ୱର: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ବିଜେଡିର ଯୁଦ୍ଧ ଦେହିଂ ଡାକରା। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗର୍ଜନ। ବିଜେଡି ଅଭିଯୋଗ କରିଛି, ଦରଦାମ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ସରକାର । ମହଙ୍ଗା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏହି ସମୟରେ ଏଲପିଜି ଦାମ ୬୦ ଟଙ୍କା ବଢିଛି। ଏହା ସହିତ ଏଲପିଜିର ଘୋର ଅଭାବ ଦେଖା ଦେଲାଣି। ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଚଡକ ପଡ଼ିଲାଣି। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି। ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେଡି ବିକ୍ଷୋଭ କରୁଛି। ସରକାରଙ୍କ କାନରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପହଞ୍ଚାଇବା ପାଇଁ ବିଜେଡିର ମହିଳା, ଯୁବ ଓ ଛାତ୍ର ଶାଖା କରୁଛି ଗର୍ଜନ। 

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

11 Mar 2026 By Madhusudan Das

ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ବିଜେଡିର ଯୁଦ୍ଧ ଦେହିଂ ଡାକରା। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଗର୍ଜନ। ବିଜେଡି ଅଭିଯୋଗ କରିଛି, ଦରଦାମ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ସରକାର । ମହଙ୍ଗା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏହି ସମୟରେ ଏଲପିଜି ଦାମ ୬୦ ଟଙ୍କା ବଢିଛି। ଏହା ସହିତ ଏଲପିଜିର ଘୋର ଅଭାବ ଦେଖା ଦେଲାଣି। ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଚଡକ ପଡ଼ିଲାଣି। କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆଳ କରି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି। ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେଡି ବିକ୍ଷୋଭ କରୁଛି। ସରକାରଙ୍କ କାନରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପହଞ୍ଚାଇବା ପାଇଁ ବିଜେଡିର ମହିଳା, ଯୁବ ଓ ଛାତ୍ର ଶାଖା କରୁଛି ଗର୍ଜନ। 

https://www.thesakala.in/latest-odisha-news/bjd-protests-against-the-hike-in-fares-and-high-lpg-prices/article-45267
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର